fbpx

‘ମାନସିକ ଅସୁସ୍ଥତାରେ ପୀଡ଼ିତ ମହିଳାଙ୍କ ସହ ଶାରୀରିକ ସଂପର୍କ ବଳତ୍କାର’: ହାଇକୋର୍ଟଙ୍କ ବଡ଼ ଶୁଣାଣି

ମୁମ୍ବାଇ: ମାନସିକ ସ୍ତରରେ ଦୁର୍ବଳ କିମ୍ବା ମାନସିକ ଅସୁସ୍ଥତାରେ ପୀଡ଼ିତ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବଳତ୍କାର ବୋଲି ମୁମ୍ବାଇର ଏକ ସେସନ୍ସ କୋର୍ଟ କହିଛନ୍ତି । ଯେକୌଣସି ବୟସର ମହିଳା ସେହି କାର୍ଯ୍ୟର ପ୍ରକୃତିକୁ ବୁଝିବାରେ ଅସମର୍ଥ ଥିବା ସତ୍ତ୍ୱେ ଯଦି ସେ ଶାରୀରିକ ସଂପର୍କ ରଖିବା ଲାଗି ସହମତ ହୁଅନ୍ତି ତେବେ ତାଙ୍କ ସହ ସଂପର୍କ ସ୍ଥାପନା କରିବା ବଳତ୍କାର ବୋଲି କୁହାଯିବ । ଜଣେ ୨୩ ବର୍ଷୀୟ ଗର୍ଭବତୀ ଯୁବତୀଙ୍କ ମାମଲାରେ ଶୁଣାଣି କରି ବମ୍ବେ କୋର୍ଟ ଏହି ରାୟ ଦେଇଛନ୍ତି ।

ଅଭିଯୋଗ ରହିଥିଲା ଯେ. ଯୁବତୀ ଜଣକ ୨୩ ବର୍ଷୀୟ ହୋଇଥିଲେ ବି ତାଙ୍କ ମସ୍ତିସ୍କ ବିକଶିତ ହୋଇନାହିଁ । ସେ ଜଣେ ୯-୧୦ ବର୍ଷ ପିଲା ପରି ବ୍ୟବହାର କରୁଛନ୍ତି । ତେବେ ଏହାର ଫାଇଦା ଉଠାଇ ତାଙ୍କ ପଡୋଶୀର ଜଣେ ଯୁବକ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ତେବେ ଏହି ମାମଲାରେ ଜଜ୍ ଡି.ଜି ଧୋବଲେ କହିଥିଲେ ଯେ, ମାନସିକଭାବେ ଆସୁସ୍ଥ ଥିବା ବ୍ୟକ୍ତିଙ୍କୁ ସ୍ନେହ, ପ୍ରେମ ସହ ସେମାନଙ୍କର ବିଶେଷ ଯତ୍ନ ନେବା ଆବଶ୍ୟକ । ପ୍ରେମ କରିବା ଆଳରେ ସେମାନଙ୍କୁ ଶୋଷଣ କରିବା ଏକ ଅପରାଧ ।

ଯୁବତୀ ଜଣକ ସେହି ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ଦୁଇ ଜଣଙ୍କର ଧର୍ମ ଭିନ୍ନ ହୋଇଥିବାରୁ ପରିବାର ଲୋକେ ରାଜି ନଥିଲେ । ଅଭିଯୁକ୍ତଙ୍କ ଓକିଲ କହିଥିଲେ ଯେ, ଯୁବତୀଙ୍କ ସହମତିରେ ସେ ଶାରିରୀକ ସଂପର୍କ ରଖୁଥିଲେ । ଏପରିକି ପୂର୍ବରୁ ଯୁବତୀ ଜଣ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରିଥିଲେ । ହେଲେ କୋର୍ଟ ଅଭିଯୁକ୍ତଙ୍କ ପକ୍ଷର ଯୁକ୍ତିକୁ ଅସ୍ୱୀକାର କରି ସେହି ୨୪ ବର୍ଷୀୟ ଯୁବକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି କରିଥିଲେ । ଏଥିସହ କୋର୍ଟ କହିଥିଲେ ଯେ, ଯୁବତୀ ଜଣକ ମାନସିକ ଭାବେ ସୁସ୍ଥ ନଥିବାରୁ ସେ ଉପଯୁକ୍ତ ନିଷ୍ପତ୍ତି ନେଇପାରି ନାହାନ୍ତି ।

Get real time updates directly on you device, subscribe now.