fbpx

(Video) ବିଜେଡି ସରକାର ମାଗଣା ବିଜୁଳି ଦେବେ…. ପ୍ରଚାର ମଇଦାନରେ ନବୀନ ଗ୍ୟାରେଣ୍ଟି

Advertisement

ରାଉରକେଲା: ଆଜି ରାଉରକେଲାରେ କମ୍ପୁଛି ଶଙ୍ଖଧ୍ୱନୀ । ମୁଖ୍ୟମନ୍ତ୍ରୀ ଖୋଦ୍ ରାଉରକେଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି । ଜୁଲାଇ ମାସରୁ ବିଜୁଳି ବିଲ ଚିନ୍ତାରୁ ଓଡ଼ିଶା ମୁକ୍ତ ହେବ । ଏଭଳି ଏକ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଞ୍ଚଳର ବିକାଶ ପାଇଁ ବିଜେଡି ସବୁବେଳେ ଚେଷ୍ଟା କରୁଛି ଏବଂ ଜାରି ରଖିବ । ତେବେ ନିର୍ବାଚନ ପୂର୍ବରୂ ବିଜେଡି ଏହାକୁ ବି ନବୀନ ଗ୍ୟାରେଣ୍ଟି ବୋଲି କହିଛନ୍ତି ।

ଆଜି ସାରା ରାଉରକେଲା ଦେଖୁଛି ରାଜ୍ୟର ବିାଜଡ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର । ବିଜେଡିର ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଏହି ପ୍ରଚାର ଭିଡ଼ ଭିତରେ ମୁଖ୍ୟମନ୍ତ୍ରୀ ଏକ ବିରାଟ ଘୋଷଣା କରିଛନ୍ତି । ଅ।।ସନ୍ତା ଜୁଲାଇରୁ ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଏହା ନବୀନଙ୍କ ଗ୍ୟାରେଣ୍ଟି ବୋଲି ସେ ପ୍ରକାଶ କରିଛନ୍ତି । ଏହାସହିତ ଜୁନ୍ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି । ମାଗଣା ବିଜୁଳି ସହିତ ସରକାରୀ ଚାକିରି ପାଇଥିବା ବ୍ୟକ୍ତିଙ୍କ ସମେତ ସାରା ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ବିଏସକେୱାଇ କାର୍ଡ ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି । ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏ ନେଇ ବଡ଼ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.