fbpx

(Video)ହାଇ ମାରୁ ମାରୁ ଖୋଲା ରହିଗଲା ଯୁବତୀଙ୍କ ପାଟି, ଡାକ୍ତରଙ୍କ ବହୁ ଚେଷ୍ଟା ପରେ ପୂର୍ବ ଅବସ୍ଥାକୁ ଫେରିଲେ ଯୁବତୀ

Advertisement

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କ ସହ ଏପରି କିଛି ଘଟଣା ଘଟିଛି ଯାହା ବିଷୟରେ କେହି କେବେ ଚିନ୍ତା ବି କରି ନ ଥିବେ । ଯୁବତୀ ହାଇ ମାରିବା ଲାଗି ନିଜ ପାଟି ଖୋଲିଥିଲେ ଯାହା ଆଉ ବନ୍ଦ ହିଁ ହେଲା ନାହିଁ । ଏଥିପାଇଁ ତାଙ୍କୁ ହସ୍ପିଟାଲ ଆସିବାକୁ ପଡିଲା । ଏଠାରେ ଡାକ୍ତର ତାଙ୍କର ପରୀକ୍ଷା କରିଥିଲେ । ଏହି ଯୁବତୀ ହେଉଛନ୍ତି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଜେନା ସିନାତରା । ତାଙ୍କ ବୟସ ୨୧ ବର୍ଷ । ଜେନା ନିଜର ଏହି ବିଚିତ୍ର ଅନୁଭବକୁ କ୍ୟାମେରା ଉତ୍ତୋଳନ କରି ଏହାର ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

 

View this post on Instagram

 

A post shared by Anthony Youn, MD, FACS (@tonyyounmd)

ତେବେ ଜେନାଙ୍କ ସହ ହୋଇଥିବା ଏହି ଘଟଣାକୁ ମିଶିଗନର ଜଣେ ପ୍ଲାଷ୍ଟିକ୍ ସର୍ଜନ ଆନ୍ଥୋନି ୟୁନ୍ ‘ଓପନ୍ ଲକ୍’ ବୋଲି କହିଛନ୍ତି । ଏଥିରେ ପାଟି ଥରେ ଖୋଲିଗଲେ ଆଉ ବନ୍ଦ ହୁଏ ନାହିଁ । ତେବେ ଡାକ୍ତର ଜେନାଙ୍କ ପାଟିର ଏକ୍ସ ରେ କରି ତାଙ୍କୁ ଠିକ୍ କରିଥିଲେ । ଡାକ୍ତର କହିଛନ୍ତି ଜେନା ଏତେ ସ୍ପିଡ୍ରେ ହାଇ ମାରିଥିଲେ କି ତାଙ୍କ ମାଢି ନିଜ ଜାଗାରୁ ସ୍ଥାନାନ୍ତର ହୋଇ ଯାଇଥିଲା ତେଣୁ ତାଙ୍କ ପାଟି ଖୋଲା ରହିଯାଇଥିଲା । ଜେନା ଏହି ଭିନ୍ନ ଅନୁଭବର ଭିଡିଓ ସେୟାର କରିବା ସହ ଏହାର ଅପଡେଟ୍ ବି ଦେଇଛନ୍ତି । ଅପଡେଟ୍ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘୪ ଜଣ ଡାକ୍ତର ବହୁ ଚେଷ୍ଟା ପରେ ମୋ ମାଢିକୁ ଠିକ୍ ଯାଗାରେ ସେଟ୍ କରିଥିଲେ’ । ଏହି ଭିଡିଓରେ ଜେନା ମୁହଁରେ ବ୍ୟାଣ୍ଡେଜ୍ ବାନ୍ଧିଥିବାର ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by JENNA SINATRA✿ (@jenna.sinatra)

Get real time updates directly on you device, subscribe now.