fbpx

(Video) ‘ଜୁନ ୯ ତାରିଖରେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ’: ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି

Advertisement

ଭୁବନେଶ୍ୱର: ସାରା ଦେଶରେ ସାଧାରଣ ନିର୍ବାଚନ ଜାରି ରହିଛି । ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଆହୁରି ବାକି ରହିଛି ୩ଟି ପର୍ଯ୍ୟାୟ । ଏହି ସମୟରେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି । ଭିନ୍ନ ଭିନ୍ନ ରାଜନୈତିିକ ଦଳ ନିର୍ବାଚନରେ ଜିତିବା ନେଇ ଦାବି କରୁଛନ୍ତି । ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚ୍ଚିବ ପାଣ୍ଡିଆନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦାବି କରାଯାଇଛି ।

ଏହି ଭିଡିଓରେ ୫ଟି ସଚିବ ପାଣ୍ଡିଆନ କହିଛନ୍ତି ଯେ, ଆମେ ବର୍ତ୍ତମାନ ଦେବଗଡ଼ରେ ଅଛୁ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଜୁନ ୯ ତାରିଖରେ ମହାପ୍ରଭୁଙ୍କ ଆର୍ଶୀବାଦ, ଆପଣଙ୍କ ଆର୍ଶୀବାଦରେ ପୁଣି ଶପଥ ଗ୍ରହଣ କରିବେ । ଗ୍ରହଣ କରିବା ପରେ ଓଡ଼ିଶାର ସମସ୍ତ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇବେ । ସରକାରୀ ଚାକିରିଆମାନଙ୍କୁ ମଧ୍ୟ ଏହି ସୁଯୋଗ ମିଳିବ । ଏହାପରେ ଏଇଟା ହେଉଛି ନବୀନ ପଟ୍ଟନାୟକ, ବିଜେଡିର ଗ୍ୟାରେଣ୍ଟି, ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

 

Get real time updates directly on you device, subscribe now.