fbpx
BJD SKY
BJD SKY

ଏକ ସଙ୍ଗେ ଦେଶର ବହୁ ବିମାନବନ୍ଦରକୁ ପହଞ୍ଚିଲା ଇ-ମେଲ୍‌, ବମ୍‌ରେ ଉଡାଇ ଦେବାକୁ ମିଳିଲା ଧମକ

BJD

ନୂଆଦିଲ୍ଲୀ: ଜୟପୁର, ନାଗପୁର, ଗୋଆ ସହିତ ଦେଶର ବହୁ ବିମାନ ବନ୍ଦରକୁ ଇ-ମେଲ୍ ଜରିଆରେ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ସମସ୍ତ ଇ-ମେଲ୍ ସୋମବାର ରିସିଭ୍ ହୋଇଛି । ନାଗପୁର ବିମାନବନ୍ଦର ପ୍ରଶାସନ ଅନୁଯାୟୀ ଏହି ଧମକଭରା ଇ-ମେଲ୍ ସୋମବାର ପ୍ରାୟ ୧୦ଟା ସମୟରେ ପହଞ୍ଚିଛି । ଏହା ବିମାନବନ୍ଦର ନିର୍ଦ୍ଦେଶକ ଆବିଦ ରୁଇଙ୍କ ମେଲ୍ ଆଇଡିରେ ରିସିଭ୍ ହୋଇଛି । ଏହି ବିଷୟରେ ବିମାନବନ୍ଦରର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ସୂଚୀତ କରାଯାଇଛି । ବିମାନବନ୍ଦର ପ୍ରଶାସନ ଏହି ଧମକପୂର୍ଣ୍ଣ ଇ-ମେଲ୍‌ର ଅଭିଯୋଗ ନାଗପୁରର ସୋନେଗାଓଁ ପୋଲିସ ଷ୍ଟେସନରେ କରିଛନ୍ତି । ଏହି କ୍ରମରେ ସମସ୍ତ ବିମାନବନ୍ଦରର ସୁରକ୍ଷା ବଢାଇ ଦିଆଯାଇଛି ।

ତେବେ ପୋଲିସ ସନ୍ଦେହ କରୁଛି କି ଏହା ଏକ ଫେକ୍ ଇ-ମେଲ୍ ଓ ପୋଲିସ ଏହି ମେଲ୍ କରିଥିବା ବ୍ୟକ୍ତିର ଠିକଣା ଖୋଜିବା ଆରମ୍ଭ କରିଦେଇଛି । ଏହା କେବଳ ଭୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ କରାଯାଇଛି ବୋଲି ପୋଲିସ କହିଛି । ୨ ଦିନ ପୂର୍ବରୁ ବି କୋଲକାତା ସମେତ ଦେଶର ବହୁ ବିମାନ ବନ୍ଦରକୁ ଏହି ପ୍ରକାର ଇ-ମେଲ୍ ଆସିଥିଲା, ଯାହା ପରବର୍ତ୍ତୀ ସମୟରେ ଫେକ୍ ବୋଲି ଜଣାପଡିଥିଲା ।

Get real time updates directly on you device, subscribe now.