fbpx
BJD SKY
BJD SKY

ତିହାର ଜେଲରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ କେଜ୍ରିୱାଲ, ଭେଟିବା ପରେ ଆତିଶୀ ଦେଲେ ମେସେଜ

BJD

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆତିଶୀ ସୋମବାର ଦିନ ଭେଟିଛନ୍ତି । ଏହାପରେ ଦିଲ୍ଲୀ ସରକାର ଆତିଶୀଙ୍କୁ କହିଛନ୍ତି ଯେ, ଗରମ ଦିନରେ ଦିଲ୍ଲୀରେ ପାଣିର ଅଭାବ ନ ରହିବା ଆବଶ୍ୟକ । ସମସ୍ତଙ୍କୁ ଔଷଧ ମିଳିବା ଆବଶ୍ୟକ ବୋଲି କେଜ୍ରିୱାଲ ଆତିଶୀଙ୍କୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ମହିଳାମାନଙ୍କୁ ଖୁବ ଶିଘ୍ର ୧୦୦୦ ଟଙ୍କା ପ୍ରତି ମାସରେ ଦେବେ । ଆମ ଆଦମୀ ପାର୍ଟୀର ନେତା ଆତିଶୀ ଏକ୍ସରେ ଲେଖିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଙ୍କୁ ଜେଲରେ ନିଜର ନୁହେଁ ବରଂ ୨ କୋଟି ଦିଲ୍ଲୀବାସୀମାନଙ୍କ ଚିନ୍ତା ରହିଛି । ଆଜି ଜେଲରେ ମୁଲାକତା ସମୟରେ ଅରବିନ୍ଦ କେଜ୍ରିୱାଲ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ସୂଚନା ନେଇଛନ୍ତି । ଗ୍ରୀଷ୍ମ ଯୋଗୁଁ ଦିଲ୍ଲୀରେ ପାଣିର ଅଭାବ ନ ରହିବାର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆତିଶୀ ଆଗକୁ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀର ନିଜ ମାଆ-ଭଉଣୀ-ଝିଅଙ୍କ ପାଇଁ ମଧ୍ୟ ସନ୍ଦେଶ ପଠାଇଛନ୍ତି ଯେ, ସେ ଖୁବ ଶିଘ୍ର ବାହାରକୁ ଆସିବେ ଏବଂ ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାର ଯେଉଁ ପ୍ରତିଜ୍ଞା କରିଛନ୍ତି ତାକୁ ପୂରଣ କରିବେ ।

Get real time updates directly on you device, subscribe now.