fbpx

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ, ଏହି ମାମଲାରେ ହେବ ପଚରାଉଚୁରା

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସୋସିଆଲ ମିଡିଆରେ ଭାଇରାଲ୍ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଫେକ୍ ଭିଡିଓ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ରେଭନ୍ତ ରେଡ୍ଡୀଙ୍କୁ ନୋଟିସ୍ ପଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୋଲିସ ମେ’ ୧ରେ ରେଭନ୍ତ ରେଡ୍ଡୀଙ୍କୁ ତାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସମସ୍ତ ଇଲେକ୍ଟ୍ରୋନିକ ଗାଜେଟ୍ ସହିତ ଉପସ୍ଥିତ ହେବାକୁ ନୋଟିସ୍ ପଠାଇଛି ।

ଫେକ୍ ଭିଡିଓ ସେୟାର କରିଥିବା କିଛି କଂଗ୍ରେସ ନେତାଙ୍କ ସହ ଅନ୍ୟ ୫ ଜଣଙ୍କୁ ବି ଦିଲ୍ଲୀ ପୋଲିସ ପକ୍ଷରୁ ସମନ ପଠାଯାଇଛି । ଗୃହ ମନ୍ତ୍ରଣାଳୟ ଓ ବିଜେପି ପକ୍ଷରୁ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲ୍ ଆଇପିସିର ବିଭିନ୍ନ ଧାରା ଓ ଆଇଟି ଆକ୍ଟର ପ୍ରାସଙ୍ଗିକ ପ୍ରାବଧାନ ଅନୁଯାୟୀ ଏଫଆଇଆର୍ ଦାଖଲ କରିଛି । ଅଭିଯୋଗ ହୋଇଛି କି କିଛି ଫେକ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯାହା ଦେଶରେ ଶାନ୍ତି ବ୍ୟବସ୍ଥାରେ ବାଧା ପହଞ୍ଚାଇବ ।

Get real time updates directly on you device, subscribe now.