fbpx

ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ପାରଦ, କେନ୍ଦୁଝର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ପାରଦ । ସାଢେ ୨ଟା ସୁଦ୍ଧା କେନ୍ଦୁଝରର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ । ଝାରସୁଗୁଡ଼ାର ତାପମାତ୍ରା ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮ ଡିଗ୍ରୀ ରେକର୍ଡ କରିଥିବା ବେଳେ ରାଉରକେଲାରେ ୪୧.୮, ବାଲେଶ୍ୱରର ତାପମାତ୍ରା ୪୧.୪, ଭୁବନେଶ୍ୱରରେ ୪୧.୩ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ଚାନ୍ଦବାଲିର ତାପମାତ୍ରା ୪୦.୭ ଡିଗ୍ରୀ ରହିଛି।

ଗ୍ରୀଷ୍ମଲହରୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଫୋନକୁ ମେସେଜ ପଠାଯାଇ ସତର୍କ ରହିବା ପାଇଁ କୁହାଯାଇଛି । ତେବେ ଆଜି କଟକକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

Get real time updates directly on you device, subscribe now.