fbpx

ସୁସ୍ଥ ହୋଇ CSKକୁ ଫେରିବେ ପଥିରାନା! ବେଙ୍ଗଲୁରୁ ବିପକ୍ଷରେ କମବ୍ୟାକ କରିବେ ବେବି ମାଲିଙ୍ଗା

Advertisement

ନୂଆଦିଲ୍ଲୀ: ଆଇପିଏଲରେ ଶେଷ ଲିଗ ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ମିଳିଛି ବଡ଼ ଖୁସି ଖବର । ପ୍ଲେଅଫ୍ ପାଇଁ ଟିକେଟ ମିଳିବା ପୂର୍ବରୁ ଦଳକୁ ଫେରିପାରନ୍ତି ଷ୍ଟାର କ୍ରିକେଟର । ଚେନ୍ନାଇର ୟର୍କର କିଙ୍ଗ ମଥୀଶା ପଥୀରାନା ଆହତ ସମସ୍ୟାରୁ ସୁସ୍ଥ ହୋଇ ସାରିଥିବା ସୂଚନା ମିଳିଛି । ତେଣୁ ବେଙ୍ଗଲୁରୁ ବିପକ୍ଷ ମ୍ୟାଚ ପୂର୍ବରୁ ସେ ପୁଣିଥରେ ୟେଲୋ ଆର୍ମିରେ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ପଥୀରାନାଙ୍କ କମବ୍ୟାକ ଚେନ୍ନାଇ ପାଇଁ ବଡ଼ ଶକ୍ତି ଯୋଗାଇପାରେ ।

ମେ’ ୧୩ ତାରିଖରେ ଏକ ପ୍ରେସ ରିଲିଜ କରି ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ମଥୀଷା ପଥୀରାନାଙ୍କୁ ସୁସ୍ଥ ବୋଲି ଘୋଷଣା କରିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଉପଲ ଥରାଙ୍ଗା ତାଙ୍କୁ ଫିଟନେସ ବୋଲି ଘୋଷଣା କରିଛନ୍ତି । ଏହାସହିତ ସେ ଆସନ୍ତା ବିଶ୍ୱକପରେ ଶ୍ରୀଲଙ୍କା ପାଇଁ କେଳିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ତେବେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କ୍ଲିନଚିଟ ପାଇବା ପରେ ପଥୀରାନା ପୁଣିଥରେ ସିଏସକେ ଦଳକୁ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ଚେନ୍ନାଇର ଫ୍ୟାନ୍ସ ମଧ୍ୟ ପଥୀରାନାଙ୍କ କମବ୍ୟାକକୁ ଅପେକ୍ଷା କରି ରହିଛନ୍ତି ।

ଚଳିତ ସିଜନରେ ମାତ୍ର ୬ଟି ବଲ୍ ଖେଳି ପଥୀରାନା ୧୩ଟି ୱିକେଟ ହାସଲ କରିଛନ୍ତି । ଏହାସହିତ ୟେଲୋ ଆର୍ମି ପାଇଁ ସେ ତୃତୀୟ ସର୍ବାଧିକ ୱିକେଟ ହାସଲ କରିଥିବା ବୋଲର ପାଲଟିଛନ୍ତି । ତେବେ ଚେନ୍ନାଇର ଷ୍ଟାର ବୋଲର ଦୀପକ ଚହର ଏବଂ ମୁସ୍ତାଫିଜୁର ରହମାନ ବର୍ତ୍ତମାନ ଦଳରେ ଉପଲବ୍ଧ ନାହାନ୍ତି । ମୁସ୍ତାପିଜୁର ବାଂଲାଦେଶ ପାଇଁ ସ୍ୱାଦେଶ ଫେରିଯାଇଥିବା ବେଳେ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି ଦୀପକ ଚହର । ତେଣୁ ଏଭଳି ମୁହୂର୍ତ୍ତରେ ଅଦିନାୟକ ଋତୁରାଜଙ୍କ ପାଇଁ ଦଳରେ ମଥୀଶା ପଥୀରାନାଙ୍କ ଆବଶ୍ୟକତା ରହିଛି ।

ତେବେ ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ ପଥୀରାନାଙ୍କୁ ଚେନ୍ନାଇ ପାଇଁ ଖେଳିବାକୁ ଅନୁମତି ଦେବ କି ନାହିଁ, ସେ ନେଇ ଚିନ୍ତା ଲାଗି ରହିଛି । ହାର୍ମଷ୍ଟ୍ରିଙ୍ଗ ସମସ୍ୟା ଯୋଗୁଁ ଚେନ୍ନାଇ ଶିବିର ଚାଡ଼ି ଶ୍ରୀଲଙ୍କା ଫେରି ଯାଇଥିଲେ ମଥୀଶା ପଥୀରାନା । ତେବେ ଏହାର ସମ୍ଭାବନା ଖୁବ କମ୍ ରହିଥିଲେ ମଧ୍ୟ ଚେନ୍ନାଇ ଏଥିପାଇଁ ଚେଷ୍ଟା କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.