fbpx

(Video) ମୋଦୀଙ୍କ ସୁରକ୍ଷା ପାଇଁ କେତେ ଦରମା ନିଅନ୍ତି SPG କମାଣ୍ଡୋ? ଜାଣନ୍ତୁ କିପରି ହୋଇଥାଏ ଏମାନଙ୍କ ଚୟନ ପ୍ରକ୍ରିୟା

Advertisement

ଓଡ଼ିଶା ଭାସ୍କର: ବର୍ତ୍ତମାନ ନିର୍ବାଚନ ପାଇଁ ରାଜନେତାମାନଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟକୁ ନିର୍ବାଚନୀ ପ୍ରଚାର ପାଇଁ ଯାଉଥିବା ବେଳେ ତାଙ୍କ ସୁରକ୍ଷା ପାଇଁ SPG କମାଣ୍ଡୋଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତ୍ୟେକ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହି ତାଙ୍କ ସୁରକ୍ଷା ଦେବାକୁ ଏସପିଜି କମାଣ୍ଡୋମାନଙ୍କୁ ନିୟୋଜିତ କରାଯାଇଛି । ମୋଦୀଙ୍କ ଆଖ ପାଖରେ ଘୁରି ବୁଲନ୍ତି କଳା ଚଷମା ଏବଂ କଳା ସୁଟ ପିନ୍ଧା ହଟାକଟା ଯବାନ । ଆଉ ଏମାନଙ୍କୁ କୁହାଯାଏ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବାହିନୀ । ଯାହାର ନା ହେଉଛି SPG କମାଣ୍ଡୋ ବା ସ୍ପେଶାଲ ପ୍ରୋଟେକସନ ଗ୍ରୁପ । ଦେଶର କମାଣ୍ଡୋ ମାନଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଏବଂ ଶକ୍ତିଶାଳୀ କମାଣ୍ଡୋ ହେଉଛନ୍ତି SPG । ଏମାନେ ଯେକୌଣସି ପରିସ୍ଥିତିକୁ ବି ସାମ୍ନା କରିବାର ସାମର୍ଥ୍ୟ ରଖନ୍ତି ।

ୱାନ ମ୍ୟାନ୍ ଆର୍ମୀ ହେଉଛନ୍ତି ଜଣେ ଜଣେ SPG କମାଣ୍ଡୋ । ମୋଦୀଙ୍କ ଜୀବନ ସୁରକ୍ଷାର ଭାର ଏମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ମୋଦୀଙ୍କ ସୁରକ୍ଷାକୁ ନେଇ SPG କମାଣ୍ଡୋ ପ୍ରତିବଦ୍ଧ । ହେଲେ ଏମାନଙ୍କର ସାଲାରି କେତେ ଏବଂ କେମିତି ଚୟନ ହୁଅନ୍ତି ଆପଣମାନେ ଜାଣିବାକୁ ଚାହୁଁଥିବେ ନିଶ୍ଚିତ ।

SPG କମାଣ୍ଡୋ ମାନଙ୍କ ଟ୍ରେନିଂ ଏତେ ସହଜ ହୋଇନଥାଏ । ପ୍ରଥମେତଃ ଅନ୍ୟ ସେନା ଭଳି ଏମାନେ କେହି ସିଧା SPG କମାଣ୍ଡୋରେ ସାମିଲ ହୋଇ ପାରନ୍ତି ନାହିଁ । ଏଥିରେ ଭର୍ତ୍ତି ହେବା ପାଇଁ ଅନ୍ୟ ସୈନ୍ୟ ବଳରେ ଦକ୍ଷତା ଏବଂ ଅଭିଜ୍ଞତା ଥିବା ନିହାତି ଦରକାର । ଯେମିତି କି IPS ଅଧିକାରୀ, CISF, BSF ଏବଂ CRPFର ହୋଇଥିବା ନିହାତି ଆବଶ୍ୟକ । ଏସ୍ପିଜି କମାଣ୍ଡୋ ପ୍ରତି ବର୍ଷ ବଦଳି ହୋଇଥାନ୍ତି । ସମୟସୀମା ସରିଗଲେ କମାଣ୍ଡୋ ମାନଙ୍କୁ ପୁଣିଥରେ ପୂର୍ବ ସୈନ୍ୟ ବଳକୁ ଯିବାକୁ ପଡ଼ିଥାଏ । ତେବେ ଟ୍ରେନିଂ କଥା ଯଦି କହିବା ତେବେ ଏମାନଙ୍କୁ ୱାର୍ଡକ୍ଲାସ ଟ୍ରେନିଂ ର ସାମ୍ନା କରିବାକୁ ପଡ଼ିଥାଏ । ଏହା ସେହି ଟ୍ରେନିଂ ହୋଇଥାଏ ଯାହା ଆମେରିକାର ସିକ୍ରେଟ ସର୍ଭିସ ଏଜେଣ୍ଟସକୁ ଦିଆଯାଇଥାଏ । ଏଥିରେ ଯବାନ ମାନଙ୍କୁ ଫିଟ, ଚାଲାଖ ଏବଂ ଟେକ୍ନୋଲୋଜିରେ ପରଫେକ୍ଟ ହେବାକୁ ପଡ଼ିଥାଏ ।

ଯଦି ଦେଖିବା ପ୍ରଧାନମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେଉଥିବା ଜଣେ ଜଣେ SPG କମାଣ୍ଡୋ ପୁରା ସେନା ସହ ସମାନ ହୋଇଥାନ୍ତି । ଯଦି ଦେଖିବା ୩ ମାସ ପର୍ଯ୍ୟନ୍ତ ଏମାନଙ୍କୁ ପୁରା ନରବନ୍ଦୀ କରି ରଖା ଯାଇଥାଏ । ଯେଉଁଥିରେ ଏମାନଙ୍କ ପରୀକ୍ଷା ମଧ୍ୟ ସାମିଲ ରହିଛି । ଏହି ପରୀକ୍ଷାରେ ଫେଲ ହେଲେ ଦ୍ୱିତୀୟ ଥର ସୁଯୋଗ ମିଳିଥାଏ । SPG କମାଣ୍ଡୋ ମାନଙ୍କର ମାସିକ ବେତନ ୮୪ ହଜାରରରୁ ୨ଲକ୍ଷ ୩୯ ହଜାର ପର୍ଯ୍ୟନ୍ତ ରହିଥାଏ । ଅନ୍ୟ ସୁବିଧା ମଧ୍ୟ ମିଳିଥାଏ । ଯେଉଁ କମାଣ୍ଡୋ ଅପରେସନ ଡ୍ୟୁଟିରେ ରୁହନ୍ତି, ସେମାନଙ୍କୁ ୨୭ ହଜାରୁ ଅଧିକ ଏବଂ ଯେଉଁମାନେ ନନ୍ ଅପରେସନ୍ ଡ୍ୟୁଟିରେ ରହୁଛନ୍ତି ସେହିମାନଙ୍କୁ ୨୧ରୁ ଅଧିକ ଟଙ୍କାର ଡ୍ରେସ ଭତ୍ତା ଅଲଗା ମିଳିଥାଏ ।

 

Get real time updates directly on you device, subscribe now.