fbpx

କାଲି ସୀତା ନବମୀ; ନିଶ୍ଚୟ କରନ୍ତୁ ଏହି କାମ, ମା’ ଲକ୍ଷ୍ମୀଙ୍କ କୃପାରୁ ଭରିଯିବ ଭଣ୍ଡାର

Advertisement

ଓଡ଼ିଶା ଭାସ୍କର: ପ୍ରତି ବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପବିତ୍ର ସୀତା ନବମୀ ପାଳନ କରାଯାଏ । ଏଥର ସୀତା ନବମୀ ମେ’ ୧୬ ତାରିଖ ଗୁରୁବାର ପାଳନ କରାଯାଉଛି । ଜ୍ୟୋତିିଷବିଦ୍ଙ୍କ ଅନୁସାରେ ସୀତା ନବମୀ ଦିନ ଲକ୍ଷ୍ମୀ ସ୍ୱରୂପା ଦେବୀ ସୀତାଙ୍କ ପୂଜା ଓ କିଛି ଦିବ୍ୟ ଉପାୟ କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ।
୧-ସୀତା ନବମୀ ରାତିରେ ହଳଦୀ ଗୋଳା ଚାଉଳକୁ ଲାଲ୍ କପଡାରେ ବାନ୍ଧି ଘରର ଟ୍ରେଜେରୀରେ ରଖି ଦିଅନ୍ତୁ । ଏହା କରିବା ଦ୍ୱାରା ଆର୍ଥିକ ସମୃଦ୍ଧି ବଢିଥାଏ ଓ ଘରେ କେବେ ପଇସାର ଅଭାବ ଦେଖା ଦେଇ ନ ଥାଏ ।
୨-ଏହିଦିନ ମାତା ସୀତାଙ୍କୁ କ୍ଷୀରି ଭୋଗ ଲଗାନ୍ତୁ । ମା’ ଲକ୍ଷ୍ମୀଙ୍କୁ କ୍ଷୀରି ବହୁତ ପସନ୍ଦ । ଭୋଗ ଲଗାଇବା ପରେ ଏହି ପ୍ରସାଦକୁ କନ୍ୟା ମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।
୩-ଏହିଦିନ ବିବାହିତା ମହିଳା ସୀତା ମାତାଙ୍କୁ ଶୃଙ୍ଗାର ବସ୍ତୁ ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ । ଏହା ସହିତ ସେମାନଙ୍କ ପତିିଙ୍କୁ ଦୀର୍ଘାୟୁର ବରଦାନ ମିଳିଥାଏ ।
୪-ଏହିଦିନ ଦାନ ପୁଣ୍ୟ କାର୍ଯ୍ୟ ଅଧିକ ମାତ୍ରାରେ କରନ୍ତୁ । ଏହିଦିନ ଗରୀବ ଓ ଅସହାୟଙ୍କୁ ନିଜ ସମର୍ଥ ଅନୁସାରେ ଦାନ କରନ୍ତୁ ।
୫-ଏହିଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧି ଭଗବାନ ରାମ ଓ ମାତା ସୀତାଙ୍କୁ ପୂଜା କରନ୍ତୁ । ହଳଦୀ ରଙ୍ଗର ଫୁଲ, ହଳଦୀ ରଙ୍ଗର ଭୋଗ ବି ଲଗାନ୍ତୁ । ଘରେ ଧନ ସଂପତ୍ତି ବଢିବା ନେଇ ପ୍ରାର୍ଥନା କରନ୍ତୁ ।

Get real time updates directly on you device, subscribe now.