fbpx

‘ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଦୁଃଖ ଖବର..’, ଜାଣନ୍ତୁ ଅମିତ ଶାହ କାହିଁକି କହିଲେ ଏପରି

Advertisement

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଲଗାଯିବା ଅଭିଯୋଗର ଉତ୍ତର ଦେଇଛନ୍ତି । ନ୍ୟୁଜ ଏଜେନ୍ସି ସହ କଥାହେବା ସମୟରେ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ମୋ ପାଖରେ ଏକ ଦୁଃଖ ଖବର ରହିଛି ଯେ, ୨୦୨୯ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ହିଁ ବିଜେପିର ନେତୃତ୍ୱ କରିବେ ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦିଆଯିବା ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ମୋର ବିଶ୍ୱାସ ଯେ, ଏହା କୌଣସି ନିୟମିତ ନିଷ୍ପତ୍ତି ନୁହେଁ । ଏହି ଦେଶରେ ବହୁତ ଲୋକ ବିଶ୍ୱାସ କରନ୍ତି ଯେ, ବିଶେଷ ଆଶ୍ୱସ୍ତି ଦିଆଯାଇଛି । ବର୍ତ୍ତମାନ ସେ ଆଉ ଏକ ପ୍ରସଙ୍ଗରେ ଫସିଛନ୍ତି, ତାଙ୍କୁ ଏଥିରୁ ମୁକ୍ତି ଦିଅନ୍ତୁ । ପରେ ଦେଖାଯାଉ କଣ ହେଉଛି ।

ଦିଲ୍ଲୀ ଅବକାରୀ ନୀତି, ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ । ଜଷ୍ଟିସ ଦୀପାଙ୍କର ଦତ୍ତା ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ପୀଠ କହିଥିଲେ ଯେ, ଆପ ସଂଯୋଜକଙ୍କୁ ୨ ଜୁନରେ ଆତ୍ମସମର୍ପଣ କରିବାକୁ ହେବ ଏବଂ ଜେଲ ପୁଣିଥରେ ଯିବାକୁ ପଡିବ । କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ସାମ୍ନାରେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।

Get real time updates directly on you device, subscribe now.