fbpx
BSKY
BJD MC SKY
BJD YOUTH SKY

ସବୁଠି ଦିଅନ୍ତୁନି ଆଧାର ନମ୍ବର: କେମିତି ମିଳିବ ନମ୍ବର ନଥିବା Aadhaar Card?

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଖୁବ ଜରୁରୀ ଡକ୍ୟୁମେଣ୍ଟ ପାଲଟିଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଟି କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକତା ରହିଛି । ତେବେ ସବୁଠି ଆଧାର ନମ୍ବରର ଆବଶ୍ୟକତା ପଡ଼େ ନାହିଁ, କିଛିଟା ସ୍ଥାନରେ ଆଧାର କାର୍ଡ କେବଳ ପରିଚୟ ପାଇଁ ଦେଖାଇବାକୁ ପଡ଼ିଥାଏ । ତେବେ ସବୁଠି ଆଧାର କାର୍ଡ ନମ୍ବର ଦେବା ଉଚିତ୍ ମଧ୍ୟ ନୁହେଁ । ତେଣୁ ଏହାକୁ ଲୁଚାଇ ରଖିବା ପାଇଁ ୟୁଜର ମାସ୍କଡ ଆଧାର କାର୍ଡ ବ୍ୟବହାର କରିପାରିବେ । ଏଥିରେ କିଛି ମାତ୍ରାରେ ଆଧାର ନମ୍ବର ଲୁଚି ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ଡାଉନଲୋଡ କରିପାରିବେ ।

ଆଧାର କାର୍ଡ ଜାରି କରୁଥିବା ଏଜେନ୍ସି ମାସ୍କଡ ଆଧାର କାର୍ଡ ଡାଉନଲୋଡ କରିବାର ବିକଳ୍ପ ଦେଇଥାଏ । ଏଥିରେ ସମ୍ପୂର୍ଣ୍ଣ ଭାବରେ ଆଧାର ନମ୍ବର ଦେଖାଯାଇ ନଥାଏ । ଯାହାଦ୍ୱାରା ହିତାଧିକାରୀ ଏହାର ଭୁଲ ବ୍ୟବହାରରୁ ମୁକ୍ତ ହୋଇପାରିବ ।

UIDAIର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

– ପ୍ରଥମେ UIDAIର ଅଫିସିଆଲ ୱେବସାଇଟ https://uidai.gov.in/ କୁ ଯାଆନ୍ତୁ

– My Aadhaar ଟ୍ୟାବ ଉପରେ କ୍ଲିକ କରନ୍ତୁ

– Download Masked Aadhaar ଚୟନ କରନ୍ତୁ ।

ଆଧାର ସଂଖ୍ୟା ବା VID ଏଣ୍ଟର କରନ୍ତୁ:

– ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ସଂଖ୍ୟା ବା ୧୪ ଅଙ୍କର VID ଲେଖନ୍ତୁ

– ରେଜିଷ୍ଟରଡ ମୋବାଇଲ ନମ୍ବର ବା E-mail ID ଏଣ୍ଟର କରନ୍ତୁ

– ଏହାପରେ ମୋବାଇଲକୁ ଆସିଥିବା OTP/କୋଡ ଏଣ୍ଟର କରନ୍ତୁ

– LogInରେ କ୍ଲିକ କରନ୍ତୁ

Masked Aadharକୁ ଚୟନ କରନ୍ତୁ

– Download Masked Aadhaar ଟ୍ୟାବରେ କ୍ଲିକ କରନ୍ତୁ
– ଏହାପରେ Masked Aadhaar  ବା Masked Aadhaar (PDF) ବିକଳ୍ପ ଚୟନ କରନ୍ତୁ
– Download କରନ୍ତୁ Masked Aadhaar  Card

Get real time updates directly on you device, subscribe now.