fbpx

ଶରୀରରେ କିପରି ବୃଦ୍ଧି ପାଇବ ରୋଗ ପ୍ରତିଶୋଧକ ଶକ୍ତି? ଏହିସବୁ ଅଭ୍ୟାସ ଉପରେ ଦିଅନ୍ତୁ ଗୁରୁତ୍ୱ

Advertisement

ଓଡିଶା ଭାସ୍କର: ରୋଗ ପ୍ରତିଶୋଧକ ଶକ୍ତିକୁ ବଢାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର ପନ୍ଥା ଆପଣାଇଥାନ୍ତି । ସୁସ୍ଥ ରହିବା ପାଇଁ କିଏ ଭିଟାମିନ ଟାବଲେଟ ତ ଆଉ କିଏ ମିନେରାଲ୍ସ ଥିବା ବଟିକାକୁ ବ୍ୟବହାର କରନ୍ତି । ଯାହା ସଂକ୍ରମଣ ବା ରୋଗ ବିରୁଦ୍ଧରେ ଥଣ୍ଡା, କାଶ, ଫ୍ଲ୍ୟୁ ଇତ୍ୟାଦିରୁ ଶରୀରରେ ଲଢିବାରେ ସାହାଯ୍ୟ କରେ । ଏହି ମେଡିସିନ ବଦଳରେ ଆପଣ କିପରି ପ୍ରାକୃତିକ ଉପାୟରେ ରୋଗ ପ୍ରତିଶୋଧକ ଶକ୍ତି ବଢେଇ ପାରିବେ ତାହାର କିଛି ଉପାୟ ଆସନ୍ତୁ ଜାଣିବା ।

୧. ଡାଏଟ ଉପରେ ଧ୍ୟାନ ଦେବା- ଆମେ ପୃଷ୍ଟିକର ଖାଦ୍ୟ ଆମ ଶରୀର ପାଇଁ ଖାଇଥାଉ । କିନ୍ତୁ ରୋଗ ପ୍ରତିଶୋଧକ ଶକ୍ତି ବଢେଇବା ଲାଗି ଆମେ ପର୍ଯ୍ୟପ୍ତ ପରିମାଣରେ ଫଳ, ପନିପରିବା, ତରଳ ପ୍ରୋଟିନ ଯୁକ୍ତ ଖାଦ୍ୟ, ଶସ୍ୟଯୁକ୍ତ ଖାଦ୍ୟ, କମ ଚର୍ବି ଜାତିୟ ଖାଦ୍ୟ, କ୍ଷୀର ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକୀୟ ହୋଇଥାଏ । ସନ୍ତୁଳିତ ଖାଦ୍ୟ, ବିନା କୋଲେଷ୍ଟ୍ରଲ ଯୁକ୍ତ ଖାଦ୍ୟ, କମ ଲୁଣ ଓ ଚିନି ଖାଇବା ଆବଶ୍ୟକ ହୋଇଥାଏ । ଏପରି ସନ୍ତୁଳିତ ଖାଦ୍ୟ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ ହେବା ସହ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି ହେବାସହ ଏହି ଖାଦ୍ୟରୁ ମିଳୁଥିବା ଭିଟାମିନ୍ ଶରୀର ପାଇଁ ଅଧିକ ଫଳପ୍ରଦ ଓ ଲାଭଦାୟକ ହୋଇଧାଏ ।

୨. ନିୟମିତ ବ୍ୟାୟାମ କରିବା– ସୁସ୍ଥ ଜୀବନ ଲାଗି ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ । ଏହା ଦ୍ୱାରା ରକ୍ତଚାପ, ହୃଦରୋଗ ଏବଂ ଓଜନ ହ୍ରାସ ହେବାରେ ସାହାଯ୍ୟ କରେ ଓ ଅନେକ ରୋଗରୁ ରକ୍ଷା କରିଥାଏ ।

୩. ସଠିକ ନିଦ୍ରା- ଜଣେ ସୁସ୍ଥ ମଣିଷ ୬ ଘଣ୍ଟାରୁ ଅଧିକ ଶୋଇବା ଆବଶ୍ୟକ ହୋଇଥାଏ । ଯଦି ଏହାଠାରୁ କମ ପରିମାଣରେ ଶୋଇଥାଏ ତେବେ ଏହା ଶରୀର ପାଇଁ ଆଣିଥାଏ କ୍ଷତିକାରକ ପ୍ରଭାବ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବାରେ ଲାଗିଥାଏ ।

୪. ନିଜକୁ ହାଇଡ୍ରେଟ ରଖନ୍ତୁ– ଜଳ ଶରୀର ପାଇଁ ଅନେକ ଆବଶ୍ୟକୀୟ ହେଇଥାଏ । ଏହା ରୋଗ ପ୍ରତିଶୋଧକ ଶକ୍ତି ବଢାଇବାରେ ଅନେକ ସହାୟକ ଭାବରେ କାର୍ଯ୍ୟ କରିଥାଏ । କାରଣ ଏହା ଇମ୍ୟୁନୋଜିକାଲ ସପୋର୍ଟ ସହିତ ଜଡିତ ଥାଏ । ତେଣୁ ଠିକ ଭାବରେ ପାଣି ପିଇବା ସୁସ୍ଥ ଜୀବନ ପାଇଁ ଆବଶ୍ୟକ ହୋଇଥାଏ ।

୫. ମଦ୍ୟପାନ ଓ ଧୁମ୍ରପାନ ଠାରୁ ଦୁରେଇ ରହିବା– ଏହି ଅଭ୍ୟାସ ଦ୍ୱାରା ଶରୀରରୁ ରୋଗ ପ୍ରତିଶୋଧକ ଶକ୍ତି ଲଢିବାରେ କମିବାରେ ଲାଗିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଅଧିକ ମଦ୍ୟପାନ କରିବା ଦ୍ୱାରା ଶରୀରରୁ ରୋଗ ପ୍ରତିରୋଧକ ଶକ୍ତ ଧୀରେ ଧୀରେ ନଷ୍ଟ ହୋଇଯାଏ ।

Get real time updates directly on you device, subscribe now.