fbpx

ଝାଡ଼ଖଣ୍ଡର ମନ୍ତ୍ରୀ ଆଲମଗୀର ଆଲମଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କଲା ଇଡି

Advertisement

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ମନି ଲଣ୍ଡରିଂ ମାମଲାରେ ପବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଗତ ୬ ମେ ରେ ହିଁ ଇଡି ତାଙ୍କ ବ୍ୟକ୍ତିଗତ ସଚିବ ଏବଂ ତାଙ୍କ ଘରୋଇ ସହାୟକ ଫ୍ଲାଟରୁ ୩୪ କୋଟି ଟଙ୍କାରୁ ଅଧିକ ନଗଦ ଜବତ କରିଥିଲେ । ଆଲମଗୀର ଆଲମଙ୍କୁ ଇଡି ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା । ଏଥିପାଇଁ ଇଡି ଆଜି ସକାଳୁ ଲଗାତାର ଜେରା କରୁଥିଲା । ଏହାପରେ ସରକାରୀ ଯାଞ୍ଚ ଏଜେନ୍ସି ତାଙ୍କୁ ଗିରଫ କରିଛି ।

ଇଡି ରବିବାର ଦିନ ଆଲମଗୀର ଆଲମଙ୍କୁ ଡକାଇଥିଲେ, ଯାହାପରେ ତାଙ୍କୁ ୧୪ ମେରେ ରାଞ୍ଚି ସ୍ଥିତ ଜୋନଲ ଅଫିସରେ ହାଜର ହେବା ଲାଗି କୁହାଯାଇଥିଲା । ସେ ଇଡି କହିବାନୁଯାୟୀ, ମଙ୍ଗଳବାର ଦିନ ହାଜର ହୋଇଥିଲେ । ଇଡି ୧୦ ଘଣ୍ଟା ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ପଚରା ଉଚରା କରିଥିଲେ । ହେଲେ ଶେଷରେ ଆଜି ପୁଣି ପଚରା ଉଚରା ପାଇଁ ଡାକିଥିଲେ ଏବଂ ପରେ ଗିରଫ କରିଥିଲେ ।

Get real time updates directly on you device, subscribe now.