fbpx

(Video) ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ଉପରେ ଗୁଳି ଆକ୍ରମଣ, ପେଟରେ ଗୁଳି ବାଜି ଆହତ

Advertisement

ନୂଆଦିଲ୍ଲୀ: ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାର ହ୍ୟାଣ୍ଡଲୋଭା ସହରରେ ବୁଧବାର ଦିନ ଏକ ସରକାରୀ ମିଟିଙ୍ଗ ପରେ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କୁ ଗୁଳି କରାଯାଇଛି । ଯେଉଁଥିରେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋ ଏକ ସରକାରୀ ମିଟିଙ୍ଗ ପରେ ଘଟିଥିବା ଗୁଳିକାଣ୍ଡରେ ଆହତ ହୋଇଛନ୍ତି । ପୋଲିସ ଗୁଳି କରିଥିବା ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ସଂସଦ ଉପାଧ୍ୟକ୍ଷ ଲୁବେସ ବ୍ଲାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରାଯାଇଛି । ସେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରଧାନମନ୍ତ୍ରୀ ମିଟିଂ ପରେ ଯେତେବେଳେ ଲୋକଙ୍କ ସହ କଥା ହେଉଥିଲେ । ସେହି ସମୟରେ ଗୁଳି ଚାଳନା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ୪ଟି ଗୁଳି ମାରିଥିଲା । ଯେଉଁଥିରେ ଗୋଟିଏ ଗୁଳି ପ୍ରଧାନମନ୍ତ୍ରୀଙ୍କ ପେଟରେ ବାଜିଥିଲା । ସେଠାରେ ସଙ୍ଗେ ସଙ୍ଗେ ପିଏମଙ୍କୁ କାରରେ ହସ୍ପିଟାଲ ନିଆଯାଇଥିଲା । ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଏହାପରେ ପୋଲିସ ସନ୍ଦିଗ୍ଧଙ୍କୁ ହେପାଜତରେ ନେଇ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.