fbpx

ଧୋନୀଙ୍କ ‘ସାରଥୀ’ଙ୍କୁ ମିଳିବ ଟିମ ଇଣ୍ଡିଆର ଦାୟିତ୍ୱ! ଶେଷ ହେବ ଆଇସିସି ଟ୍ରଫି ଅପେକ୍ଷା…

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପରବର୍ତ୍ତୀ କୋଚ୍ ପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଛି । ତେବେ ଖୁବଶୀଘ୍ର ଏ ନେଇ ଘୋଷଣା ହେବ । ବର୍ତ୍ତମାନର ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ନୂଆ କୋଚ୍ ସନ୍ଧାନରେ ରହିଛି ବିସିସିଆଇ । ତେବେ ଏହି ପଦବୀ ପାଇଁ ଟିମ ଇଣ୍ଡିଆ ଏମ.ଏସ ଧୋନୀଙ୍କ ‘ସାରଥୀ’ଙ୍କୁ ଚୟନ କରିପାରେ ବୋଲି ଆଶା କରାଯାଉଛି । ଚେନ୍ନାଇ ସୁପର କିଙ୍ଗସର କୋଚ୍ ତଥା ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ଭାରତର ନୂଆ କୋଚ୍ ହୋଇପାରନ୍ତି । ଫ୍ଲେମିଙ୍ଗଙ୍କ କୋଚିଙ୍ଗରେ ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ହାତେଇଥିବାରୁ ଟିମ ଇଣ୍ଡିଆ ତାଙ୍କୁ ଚୟନ କରିପାରେ ।

ବର୍ତ୍ତମାନ ସୁଦ୍ଧା ଷ୍ଟିଫେନ୍ ଫ୍ଲେମିଙ୍ଗ ଟିମ ଇଣ୍ଡିଆର କୋଚ୍ ପଦବୀ ପାଇଁ ଆବେଦନ ମଧ୍ୟ କରିନାହାନ୍ତି । ତେବେ ବିସିସିଆଇ ଭାରତର ୩ଟି ଫର୍ମାଟ ପାଇଁ ପୂର୍ଣ୍ଣକାଳୀନ କୋଚ୍ ଖୋଜୁଥିବା ବେଳେ ଷ୍ଟିଫେନ ଫ୍ଲେମିଙ୍ଗ ରାହୁଲ ଦ୍ରାବିଡଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଟିମ ଇଣ୍ଡିଆ ବର୍ତ୍ତମାନ ଦଳରେ ପରିବର୍ତ୍ତନ କରିବାକୁ ଚାହୁଁଛି । ତେବେ କୋଚ୍ ପଦବୀ ପାଇଁ ଫ୍ଲେମିଙ୍ଗଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ତେବେ ଫ୍ଲେମିଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ CSK ଛାଡ଼ିବା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହାନ୍ତି । ତେବେ ଭାରତୀୟ ଦଳର କୋଚ୍ ପଦରେ ନିଯୁକ୍ତି ପାଇଁ ଷ୍ଟିଫେନ୍ ଫ୍ଲେମିଙ୍ଗ ପ୍ରବଳ ଦାବିଦାର ବୋଲି କୁହାଯାଉଛି ।

ଚେନ୍ନାଇର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଟି -୨୦ କ୍ରିକେଟରେ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ପ୍ରଦର୍ଶନ ଯଥେଷ୍ଟ ବୃଦ୍ଧି ପାଇଛି । ସେ ଅଷ୍ଟ୍ରେଲିଆର ବିଗ୍ ବ୍ୟାସ୍ ଲିଗରେ ମେଲବର୍ଣ୍ଣ ଷ୍ଟାର୍ସକୁ ୪ ବର୍ଷ ପ୍ରଶିକ୍ଷଣ ଦେଇଛନ୍ତି । ଚେନ୍ନାଇ ବ୍ୟତୀତ ସେ ସାଉଥ୍ ଆଫ୍ରିକା ଟି-୨୦ ଲିଗରେେ ଜୋବର୍ଗ ସୁପର କିଙ୍ଗ୍ସ ଏବଂ ମେଜର ଲିଗ୍ କ୍ରିକେଟରେ ଟେକ୍ସାସ୍ ସୁପର କିଙ୍ଗ୍ସର କୋଚ୍ ମଧ୍ୟ ରହିଛନ୍ତି । ଏହାବ୍ୟତୀତ ଦି ସାଉଣ୍ଡରେ ସାଉଥ୍ ବ୍ରେର କୋଚ୍ ପଦବୀ ମଧ୍ୟ ତାଙ୍କ ହାତରେ ରହିଛି । ଯଦି ଫ୍ଲେମିଙ୍ଗଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ କରାଯାଏ, ତେବେ ସେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବା ପାଇଁ ଜନ୍ ରାଇଟଙ୍କ ପରେ ଦ୍ୱିତୀୟ ନ୍ୟୁଜିଲାଣ୍ଡ ଖେଳାଳି ହେବେ ।

Get real time updates directly on you device, subscribe now.