fbpx

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କମଳା ବେନିୱାଲଙ୍କ ପରଲୋକ

Advertisement

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା କମଳା ବେନିୱାଲଙ୍କର ଆଜି ୯୭ ବର୍ଷ ବୟସରେ ପରଲୋକ ଘଟିଛି । ରାଜଧାନୀ ଜୟପୁରର ଫୋର୍ଟିସ ହସ୍ପିଟାଲରେ ସେ ଶଷେ ନିଶ୍ୱାସ ତ୍ୟାଗ କରିଛନ୍ତି । କମଳା ରାଜସ୍ଥାନର ପ୍ରଥମ ମହିଳା ମନ୍ତ୍ରୀ ଥିଲେ । ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି ।

କମଳା ବେନିୱାଲ ସାତ ଥର ବିଧାୟକ ସହ ଗୁଜରାଟର ରାଜ୍ୟପାଳ ବି ହୋଇଥିଲେ । କମଳା ବେନିୱାଲଙ୍କ କଂଗ୍ରେସର ବଡ଼ ନେତାଙ୍କ ମଧ୍ୟରେ ଅନ୍ୟତମ । ଗୁଜରାଟ ବ୍ୟତୀତ କମଳା ତ୍ରିପୁରା ଏବଂ ମିଜୋରାମର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଯେତେବେଳେ ସେ ଗୁଜରାଟର ରାଜ୍ୟପାଳ ହୋଇଥିଲେ ସେତେବେଳେ ସେ ଚର୍ଚ୍ଚାରେ ଆସିଥିଲେ ।

କମଳା ବେନିୱାଲଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କଠାରୁ ନେଇ ପୂର୍ବତନ ସିଏମ ଅଶୋକ ଗେହେଲଟ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲାଲ କହିଛନ୍ତି ଯେ, ଗୁଜରାଟର ପୂର୍ବତନ ରାଜ୍ୟପାଳ ଏବଂ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. କମଳା ବେନିୱାଲଙ୍କ ପରଲୋକ ଖବର ଅତ୍ୟନ୍ତ ଦୁଃଖଦାୟକ । ମୋ ସମବେଦନାମାନ ଶୋକାକୂଳ ପରିବାର ସଦସ୍ୟଙ୍କ ସହ ରହିଛି । ପ୍ରଭୁ ଶ୍ରୀ ରାମଙ୍କ ପାଖେ ପ୍ରାର୍ଥନା କରୁଛି ଯେ, ତାଙ୍କୁ ଶ୍ରୀ ଚରଣରେ ସ୍ଥାନ ମିଳୁ ଏବଂ ଶୋକ ସନ୍ତପ ପରିବଙ୍କୁ ଏହି ଦୁଃଖ ସହିବା ଲାଗି ଶକ୍ତି ପ୍ରଦାନ କରନ୍ତୁ ।

Get real time updates directly on you device, subscribe now.