fbpx

କଟକରେ ଅମିତ ଶାହଙ୍କ ରୋଡ୍ ଶୋ’ ଆରମ୍ଭ, ବିଧାନସଭା ଓ ଲୋକସଭା ପ୍ରାର୍ଥୀ ସାମିଲ

Advertisement

କଟକ: କଟକରେ ଆରମ୍ଭ ହେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରୋଡ୍ ଶୋ’ । କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ରୋଡ୍ ଶୋ’ । ଶାହଙ୍କ ସହ ଏହି ରୋଡ୍ ଶୋ’ରେ କଟକର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ସାମିଲ ହୋଇଛନ୍ତି । ଏହି ରୋଡ୍ ଶୋ’ ପ୍ରାୟ ୨ ଘଣ୍ଟା ଧରି ଚାଲିବ । ବିଜେପିର କଟକ ସାଂସଦ ପ୍ରାର୍ଥୀ ଭତ୍ତୃହରି ମହତାବ, ବାରବାଟୀ କଟକ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ କଟକ ସଦର ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ୱାର କଟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ମଧ୍ୟ ଶାହଙ୍କ ସହ ଏହି ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି । ଏହି ଶୋ’ରେ ଶହ ଶହ ସମର୍ଥକ ଦଳୀୟ ପତାତା ଧରି ସାମିଲ ହୋଇଛନ୍ତି ।

କେନ୍ଦ୍ର ମନ୍ତ୍ରୀଙ୍କ ଏହି ରୋଡ୍ ଶୋ’ ମୁଖ୍ୟ ରାସ୍ତାରେ ନୁହେଁ ଗଳି କନ୍ଦିରେ ଆୟୋଜନ ହୋଇଛି । ଗୋପବନ୍ଧୁ ଛକରୁ ଆରମ୍ଭ ହୋଇ ଏହା ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର,ନୟାସଡକ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ଦେଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ ।

Get real time updates directly on you device, subscribe now.