fbpx

(Video) ଟଏଲେଟ ସିଟରେ ବସି ରିଲ୍ସ ଏବଂ ଭିଡିଓ ଦେଖୁଥିଲେ ସାବଧାନ! ଏହି ରୋଗକୁ ବଢାଉଛନ୍ତି ଭୟଙ୍କର ବ୍ୟାକ୍ଟେରିଆ

ଓଡ଼ିଶା ଭାସ୍କର: ଆଜିକାଲି ମୋବାଇଲ ଫୋନ ଏତେ ପରିମାଣରେ ଆମର ଆବଶ୍ୟକତା ବଢିଯାଇଛି ଯେ, ଆମେ ୨୪ ଘଣ୍ଟା ଏହାକୁ ଛାଡି ରହିପାରୁନୁ । କିଛି ଲୋକ ଟଏଲେଟ ସିଟ ଉପରେ ବସି ଫୋନରେ ରିଲ୍ସ ଏବଂ ଭିଡିଓ ଦେଖୁଛନ୍ତି । ଏଥିସହ ଗୋଟେ ଗୋଟେ ଫିଲ୍ମ ମଧ୍ୟ ଦେଖି ସାରିଦେଉଛନ୍ତି । ଏହା ନିଜ ପାଇଁ ଅତ୍ୟନ୍ତ ଭୟଙ୍କର ଏବଂ ଅନେକ ଅସୁବିଧାର କାରଣ ସାଜିପାରେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଡ.ମନନ ବୋହରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଆମ ମଧ୍ୟରୁ କେତେକ ଲୋକେ ଟଏଲେଟକୁ ଫୋନ ନେଇକି ଯାଆନ୍ତି । କିଛି ଲୋକ ବିନା ଫୋନରେ ବାଥରୁମ ମଧ୍ୟ ଯାଉନାହାନ୍ତି । ତେବେ ଆପଣ ଯେତେବେଳେ ପୋନକୁ ଟଏଲେଟକୁ ନେଇ ଯାଉଛନ୍ତି, ସେତେବେଳେ ପ୍ରତି ଫ୍ଲସ ବାୟୁରେ ବ୍ୟାକ୍ଟେରିଆର ସ୍ପ୍ରେ ହୋଇଥାଏ । ଯେଉଁଥିରେ ଆପଣଙ୍କ ଫୋନ ସାଲମୋନେଲା ଏବଂ ଇ କୋଲାଇ ପରି କୀଟାଣୁମାନ ସହ ଢାଙ୍କି ହୋଇଯାଏ । ଏହି ବ୍ୟାକ୍ଟେରିଆ ପେଟରେ ସଂକ୍ରମଣ, ଝାଡ଼ା, ଅନ୍ତନଳୀ ରୋଗ ଏବଂ ମୂତ୍ରନଳୀ ସଂକ୍ରମଣ ପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

କେବଳ ଏତିକି ନୁହେଁ ଟଏଲେଟରେ ଅଧିକ ସମୟ ହାତରେ ଧରି ଫୋନ ୟୁଜ କରିଲେ ଆପଣଙ୍କ ରେକ୍ଟମରେ ଏକ୍ସଟ୍ରା ପ୍ରେସର ପଡିଥାଏ । ଏଥିରେ ହେମୋରହୋଇଡସ ପରି ଅସୁବିଧା ଦେଖାଦେଇପାରେ । ତେବେ ଆଜି ହିଁ ଆପଣ ଟଏଲେଟକୁ ଫୋନ ନ ନେଇ ଯିବା ଆବଶ୍ୟକ ।

 

View this post on Instagram

 

A post shared by Dr. Manan Vora (@dr.mananvora)

Get real time updates directly on you device, subscribe now.