fbpx
BJD SKY
BJD SKY

କାର ACର ଫ୍ୟାନ୍ ସ୍ପିଡ୍ ବଢ଼ାଇଲେ ହ୍ରାସ ହୋଇଥାଏ କି ମାଇଲେଜ୍ ? ଏହାକୁ ନେଇ ଦ୍ୱନ୍ଦରେ ରହୁଛନ୍ତି କି ? ଜାଣନ୍ତୁ ବାସ୍ତବତା

BJD

ଓଡ଼ିଶା ଭାସ୍କର: ଖରା ଦିନ ଆସିଲେ ଫ୍ୟାନ୍ ଏବଂ ACର ବ୍ୟବହାର ବୃଦ୍ଧି ହୋଇଥାଏ । ବିଶେଷ କରି ଯାତାୟାତ କରୁଥିବା ବ୍ୟକ୍ତି କାରରେ ଇଉ ଚଲାଇଥାନ୍ତି । ଏହା ଦ୍ୱାରା ସେମାନଙ୍କ ଯାତ୍ରା ଆରାମରେ କଟିଥାଏ । ବେଳେ ବେଳେ କାରରେ AC ଚଲାଇବାକୁ ନେଇ ଲୋକମାନେ ଚିନ୍ତାଗ୍ରସ୍ତ ରହିଥାନ୍ତି । ଯେପରି ଅଧିକ ସମୟ ପର୍ଯ୍ୟନ୍ତ କାରରେ AC ବ୍ୟବହାର କରିବା ଦ୍ୱାରା ଗାଡ଼ିର ମାଇଲେଜ ଉପରେ ଏହା ପ୍ରଭାବ ପକାଇଥାଏ । ଏହା ସହ ଅଧିକ ପେଟ୍ରୋଲ ଖର୍ଚ୍ଚ ହୋଇଥାଏ । ଅପରପକ୍ଷରେ ACର ଫ୍ୟାନ୍ ସ୍ପିଡ୍ ବଢ଼ାଇଲେ ମଧ୍ୟ ଅଧିକ ପେଟ୍ରୋଲ ଖର୍ଚ୍ଚ ହେବାକୁ ନେଇ ଚିନ୍ତିିତ ଥାନ୍ତି । ତେବେ ଏହା ପଛରେ ଥିବା ପ୍ରକୃତ ସତ୍ୟ ବିଷୟରେ ଆସନ୍ତୁ ଜାଣିବା ।

କାରରେ AC ବ୍ୟବହାର କରିବା ଦ୍ୱାରା ଗାଡ଼ିର ମାଇଲେଜ୍ ଉପରେ କ’ଣ ପ୍ରଭାବ ପକାଇଥାଏ ?

ବାସ୍ତବରେ କାରର AC ସିଷ୍ଟମ ଗାଡ଼ିର ଇଞ୍ଜିନ ସହ ଜଡ଼ିତ । ତେଣୁ ଗାଡ଼ି ଚଲାଇଲେ ଇଞ୍ଜିନର ଶକ୍ତି କ୍ଷୟ ହୋଇଥାଏ । ଇଞ୍ଜିନ ଉପରେ ଏସିର ଅଧିକା ଲୋଡ୍ ବଢ଼ିଯାଏ । ଅଧିକ ପାୱାର ଜେନେରେଟ୍ କରିବା ପାଇଁ ଇଞ୍ଜିନ୍ ଅଧିକ ଫୁଏଲ୍ ଟାଣିଥାଏ । ଫଳରେ ଏହା ମାଇଲେଜ୍ ହ୍ରାସ ହୋଇଥାଏ । ଏଭଳି ସ୍ଥିତିରେ ଗାଡ଼ି ଭିତର(କ୍ୟାବିନ୍) ଥଣ୍ଡା ହେବା ପରେ AC ବନ୍ଦ କରିପାରିବେ କିମ୍ବା ଏୟାର ସକୁ୍ର୍ୟଲେସନ୍ ଅନ୍ କରିପାରିବେ । ଏହା ଦ୍ୱାରା ଇଞ୍ଜିନ୍ ଉପରେ କମ୍ ଲୋଡ୍ ପଡ଼ିଥାଏ ।

ଗାଡ଼ିର ଫ୍ୟାନ୍ ସ୍ପିଡ୍ ବଢ଼ାଇଲେ ମାଇଲେଜ୍ ହ୍ରାସ ହୋଇଥାଏ କି ?

କାରର ଏସି ପାଇଁ ଏକ ନିର୍ଦ୍ଦିଷ୍ଟ ରେଞ୍ଜ ପାଇଁ ଶକ୍ତିର ଆବଶ୍ୟକତା ହୋଇଥାଏ । ଏହି ଶକ୍ତି ଦ୍ୱାରା AC ଗାଡ଼ିର ଉପାଦାନ(components) ଯେପରି ବଟନ୍, ସ୍ୱିଚ୍, ଫ୍ୟାନ୍ ଏବଂ ରେଗୁଲେଟର କାର୍ଯ୍ୟ କରିଥାନ୍ତି । ଏଭଳି ସ୍ଥିତିରେ ଯଦି ଆପଣ ଏସିର ଫ୍ୟାନ୍ ସ୍ପିଡ୍ ବୃଦ୍ଧି କିମ୍ବା ହ୍ରାସ କରିିବେ ତେବେ ଏହାର ଶକ୍ତି ବ୍ୟବହାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କହିରଖୁଛୁ କାରର ଏସି କିମ୍ବା ହିଟର ଅନ୍ କରିବା ଦ୍ୱାରା ଇଞ୍ଜିନ୍ ଉପରେ ଅତ୍ୟାଧିକ ଲୋଡ୍ ପଡ଼ିଥାଏ । ଫଳରେ ମାଇଲେଜ୍ ହ୍ରାସ ହୋଇଥାଏ କିନ୍ତୁ ଫ୍ୟାନ୍ ସ୍ପିଡ୍ ବୃଦ୍ଧି କରିବା ସହ ମାଇଲେଜ୍ ହ୍ରାସ ହେବା ସହ କୌଣସି ସମ୍ପର୍କ ନାହିଁ ।

 

Get real time updates directly on you device, subscribe now.