fbpx
BJD SKY
BJD SKY

କଣ ଆପଣ ଏସିଡିଟି ଓ ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

BJD

ବର୍ତ୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କର ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି। ଏସିଡ଼ିଟି ବା ଅମ୍ଳ ଏବଂ ଗ୍ୟାସଟ୍ରିକ ରୋଗ ଅସମୟରେ ଖାଇବା ଯୋଗୁଁ ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ପ୍ରାରମ୍ଭରେ ଏସିଡ଼ିଟି ସମସ୍ୟା ହୋଇଥିଲେ ଏହା ଘରୋଇ ଉପଚାର ଦ୍ଵାରା ଶୀଘ୍ର ଭଲ ହୋଇଯିବ। ଯଦି ଦୀର୍ଘ ଦିନ ଧରି ଏସିଡ଼ିଟି ସମସ୍ୟା ଥାଏ ତେବେ ଏହା ବହୁତ ଅସୁବିଧା କରାଇଥାଏ।

ଏହା ଗୋଟିଏ ସାଧାରଣ ରୋଗ। କିନ୍ତୁ ଯଦି ଆମେ ଏହାର ଉପଚାର ନକରନ୍ତି ଏହା ବହୁତ କଷ୍ଟ ଦେଇଥାଏ। ଯେପରିକି ମୁଣ୍ଡ ବିନ୍ଧା, ପେଟ ବିନ୍ଧା ଓ ପେଟ ଫୁଲିବା। ଯଦି ଏହାର ଠିକ ରେ ଯତ୍ନ ନ ନିଆଯାଏ ତେବେ ଏସିଡିଟି ମୃତ୍ୟୁର କାରଣ ମଧ୍ୟ ହୋଇଥାଏ। ଏଲୋପାଥିକ ମେଡ଼ିସିନ ଅସ୍ଥାୟୀ ସମାଧାନ। କିନ୍ତୁ ଆମେ ଘରୋଇ ଉପଚାରରେ ଏସିଡ଼ିଟି ଏବଂ ଗ୍ୟାସକୁ ସମ୍ପୂର୍ଣ୍ଣ ଭାବେ ଉପଚାର କରିପାରିବା।

ପୂର୍ବ ରାତିରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା, କିଛି ଖରାପ ଖାଦ୍ୟ ଖାଇବା ଏବଂ ଅଧିକ ଖାଇବା କିମ୍ବା ସକାଳେ ଖାଲି ପେଟରେ ଚା ପିଇବା ଦ୍ୱାରା ଏସିଡିଟି ଏବଂ ଗ୍ୟାସଟ୍ରିକ ସମସ୍ୟା ଦେଖାଦିଏ। ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ସମ୍ପର୍କରେ।

ଜିରା…
କିଛି ପରିମଣର ଜିରାକୁ ବାଟି ଗୁଣ୍ଡ କରନ୍ତୁ ଏବଂ ଏହାକୁ କଳା ଲୁଣ ସହ ମିଶାଇ ଖାଇଲେ ଏସିଡ଼ିଟିରୁ ତୁରନ୍ତ ଉପଶମ ମିଳିବ।

ଜୁଆଣୀ…
ସମସ୍ତଙ୍କ ଘରେ ଜୁଆଣୀ ଉପଲବ୍ଧ ଥାଏ। ଏହା ଏସିଡ଼ିଟି ପାଇଁ ବହୁତ ଉପକାରୀ। କିଛି ପରିମାଣର ଜୁଆଣୀକୁ ଗୋଟେ କପ ପାଣିରେ ଫୁଟାନ୍ତୁ ଯେମିତି ସେଇ ଗୋଟେ କପ ଅଧା କପ ହୋଇ ଯିବ। ଜୁଆଣୀକୁ ପାଣିରୁ ଛାଣି ଥଣ୍ଡା କରି ପିଅନ୍ତୁ।

ପାନ ମହୂରୀ…
ଅମ୍ଳତାରୁ ମୁକ୍ତି ପାଇବାରେ ପାନ ମହୂରୀ ଲାଭଦାୟକ। ଏହାର ବ୍ୟବହାର ହେତୁ ପେଟ ଫୁଲିବା ସମସ୍ୟା ଦୂର ହୋଇଯାଏ। ଏକ କପ୍ ପାଣିରେ ପାନ ମହୂରୀ ପକାଇ ଫୁଟାନ୍ତୁ। ଚା ’ପରି ଏହି ପାଣି ପିଅନ୍ତୁ। ଏହା ହଜମ ଉପରେ ପ୍ରଭାବ ଦେଖାଇବ ଏବଂ କିଛି ମିନିଟରେ ଆପଣଙ୍କର ସମସ୍ୟା ଦୂର ହୋଇଯିବ।

ତୁଳସୀ ପତ୍ର…
ତୁଳସୀ ଗଛର ପତ୍ର ସମସ୍ତ ବାରିରେ ଥାଏ। ସକାଳୁ ଗାଧୋଇ ୪ ରୁ ୫ ଟା ତୁଳସୀ ପତ୍ରକୁ ଚୋବାଇବା ସହ କିଛି ପାଣି ପିଅନ୍ତୁ। ଏସିଡ଼ିଟି ପାଇଁ ଏହା ବହୁତ ଭଲ କାମ ଦେବ। ସବୁଦିନ ତୁଳସୀ ପତ୍ର ଖାଇଲେ ମଧ୍ୟ ଥଣ୍ଡା ଏବଂ କାଶ ହେବନି।

ଅଦା…
ଅଦା, ଯାହା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର। ହଜମ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିବା ପାଇଁ ଖାଇ ପାରିବେ ଅଦା। ଗ୍ୟାସ ଏବଂ ଏସିଡିଟିରୁ ମୁକ୍ତି ପାଇବା ପାଇଁ ଆପଣ ଅଦା ରସ ପିଇପାରିବେ। ଏହା ବ୍ୟତୀତ ଅଦାକୁ ଛୋଟ ଛୋଟ ଖଣ୍ଡ କରି ପାଣିରେ ପକାଇ ଫୁଟାନ୍ତୁ ଏବଂ ଚା ପରି ପିଅନ୍ତୁ। ଏହା ଆପଣଙ୍କ ପେଟ ସମସ୍ୟାକୁ ଦୂର କରିବ।

Get real time updates directly on you device, subscribe now.