fbpx

ବଳାତ୍କାର ମାମଲାରୁ କ୍ରିକେଟରଙ୍କୁ ମିଳିଲା ମୁକ୍ତି: ନିର୍ଦ୍ଦୋଷ ବୋଲି ସ୍ୱୀକାର କଲେ କୋର୍ଟ

Advertisement

ଓଡିଶା ଭାସ୍କର: ବଳାତ୍କାର ମାମଲାରେ ଫସିଥିବା ନେପାଳ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ କୋର୍ଟ ନିର୍ଦ୍ଦୋଷ ବୋଲି ସ୍ୱୀକାର କରିଛନ୍ତି । ଦୁଷ୍କର୍ମ ମାମଲାରେ ନେପାଳର ହାଇକୋର୍ଟ ସନ୍ଦୀପଙ୍କୁ ନିର୍ଦ୍ଦୋଷ ଭାବରେ ଖଲାସ କରିଛି । ବର୍ତ୍ତମାନ ତାଙ୍କ ପାଇଁ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଶୁଭ ସଂକେତ ମିଳିଛି । କୋର୍ଟର ଏହି ରାୟ ପରେ ନେପାଳ କ୍ରିକେଟ ଆସୋସିଏସନ ପକ୍ଷରୁ ଟି ୨୦ ବିଶ୍ୱକପ ପାଇଁ ସନ୍ଦୀପଙ୍କୁ ଦଳରେ ସାମିଲ ପାଇଁ ନିଷ୍ପତ୍ତି ନେଇଛି ।

ଗତ ବର୍ଷ ସେପ୍ଟେମ୍ବରରେ କାଠମାଣ୍ଡୁର ପୋଲିସ ଷ୍ଟେସନଠାରେ ସନ୍ଦୀପଙ୍କ ବିରୁଦ୍ଧରେ ଏକ ୧୭ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାରର ଅଭିଯୋଗ ଆଣିଥିଲେ । ଏହି ମାମଲା ନେଇ ସନ୍ଦୀପଙ୍କୁ ଚଳିତବର୍ଷ ଜାନୁଆରୀ ୧୦ ତାରିଖରୁ କାଠମାଣ୍ଡୁ କୋର୍ଟରେ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତେବେ କୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ଆଜି ସଫଳତା ହାସଲ କରିଛନ୍ତି ସନ୍ଦୀପ । ପ୍ରଥମେ ଯେତେବେଳେ ଏହି ଅଭିଯୋଗ ଆସିଥିଲା ସେତେବେଳେ ସେ କାରବିୟାନ ପ୍ରିମିୟର ଲିଗରେ ଜାମାଇକା ତାଳୱା ପାଇଁ ମ୍ୟାଚ ଖେଳୁଥିଲେ । ତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମ୍ୟାଚ ଛାଡି ସ୍ୱଦେଶକୁ ଫେରିବା ପାଇଁ କୁହାଯାଇଥିଲା । କିନ୍ତୁ ମାମଲା ରୁଜ୍ଜୁ ହେବା ପରେ ସନ୍ଦୀପ ଫେରାର ହୋଇଯାଇଥିଲେ । ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ତେଣୁ ତାଙ୍କ ଉପରେ ପୋଲିସର ସନ୍ଦେହ ହେବାରୁ ନେପାଳ ପୋଲିସ ଇଣ୍ଟରପୋଲର ସାହାଯ୍ୟ ନେଇଥିଲା । ପରେ ତାଙ୍କ ନାମରେ ୱାରେଣ୍ଟ ନୋଟିସ ଜାରି କରି କାଠମାଣ୍ଡୁ ବିମାନବନ୍ଦରରୁ ସନ୍ଦୀପଙ୍କୁ ଗିରଫ କରିଥିଲା ପୋଲିସ ।

ତେବେ କୋର୍ଟରୁ ସନ୍ଦୀପଙ୍କୁ କ୍ଲିନ୍ ଚିଟ୍ ମିଳିବାରେ ପରେ ନେପାଳ ସନ୍ଦୀପଙ୍କୁ ବିଶ୍ୱକପ ଦଳରେ ସାମିଲ କରିବା ପାଇଁ ଅନୁମତି ଦେଇଛି । ତେବେ ନେପାଳ ଦଳ ପକ୍ଷରୁ ପ୍ରଥମେ ଆଇପିଏଲ କେଳିଥିବା କ୍ରିକେଟର ହେଉଛନ୍ତି ସନ୍ଦୀପ । ତେଣୁ ବିଶ୍ୱକପରେ ତାଙ୍କର ଅଭିଜ୍ଞତା ଏବଂ କୌଶଳ ଦଳ ପାଇଁ ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି । ମାତ୍ର ୧୭ ବର୍ଷ ବୟସରେ ଆଇପିଏଲ କେଳି ଜଣେ ସଫଳ ବୋଲର ଭାବରେ ନେପାଳକୁ ପ୍ରତିନିଧିତ୍ୱ କରିଥିଲେ ସନ୍ଦୀପ ଲାମିଛାନେ । ତେବେ ଆଗାମୀ ଟି-୨୦ ବିଶ୍ୱକପରେ ସନ୍ଦୀପଙ୍କୁ ପୁଣିଥରେ ନେପାଳ ଜର୍ସିରେ ଦେକିବାକୁ ମିଳିବ ।

Get real time updates directly on you device, subscribe now.