fbpx

(Video) ଆପଣ ବି ହୋଇପାରିବେ ଟିମ ଇଣ୍ଡିଆର କୋଚ୍! ଏବେ ହିଁ କରନ୍ତୁ ଆବେଦନ: BCCI

Advertisement

ଓଡ଼ିଶା ଭାସ୍କର: ବର୍ତ୍ତମାନ ଭାରତୀୟ ଦଳର ନୂଆ କୋଚ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥର ଏହି ପ୍ରକ୍ରିୟାରେ ରହିଛି ଟ୍ୱିଷ୍ଟ । ଏଥର ସାଧାରଣ ଲୋକ ଏବଂ କ୍ରିକେଟପ୍ରେମୀ ବି କୋଚ୍ ପଦବୀ ପାଇଁ ଆବେଦନ କରିପାରିବେ । ଭାରତୀୟ ଟିମର ହେଡ କୋଚ ପାଇଁ କେଉଁ ପ୍ଲେୟାର ଆବେଦନ କରିଥାଆନ୍ତୁ କି ନାହିଁ, କିନ୍ତୁ ଅନେକ ଫ୍ୟାନ୍ସ ଏହି ଦୌଡରେ ଆଗକୁ ଆସିଛନ୍ତି । ଫ୍ୟାନ୍ସ, ବିସିସିଆଇ ଗୁଗୁଲ ଫର୍ମକୁ ପୂରଣ କରି ଭାରତୀୟ କ୍ରିକେଟ ଟିମର ହେଡ କୋଚ ପାଇଁ ଆବେଦନ କରିଛନ୍ତି । ଖାଲି ଏତିକି ନୁହେଁ, ଫର୍ମ ପୂରଣ କରିବାର ସ୍କ୍ରିନସଟ୍ ବି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ତେବେ କିପରି ହେବ ଏହାର ଚୟନ ପ୍ରକ୍ରିୟା?

ବିସିସିଆଇ ସୋମବାର ଏକ ବୟାନ ଜାରି କରିଥିଲା । ଯେଉଁଠି କୁହାଯାଇଥିଲା କି, ସିନିୟର ମେନ୍ସ ଟିମର ହେଡ କୋଚଙ୍କ ପାଇଁ ଆପ୍ଲିକେସନ ଇନଭାଇଟ କରାଯାଇଛି । ଆବେଦନ କରିବାର ଶେଷ ତାରିଖ ହେଉଛି ୨୭ ମେ ସନ୍ଧ୍ୟା ୬ଟା । ଏହାସହ ଏକ ଗୁଗୁଲ ଫର୍ମର ଲିଙ୍କ ବି ଦିଆଯାଇଥିଲା । ବିସିସିଆଇରଷ୍ଟେଟମେଣ୍ଟରେ କୁହାଯାଇଥିଲା କି, ଆପ୍ଲିକେସନକୁ ଭଲ ଭାବେ ରିଭ୍ୟୁ କରିବା ପରେ ସିଲେକ୍ସନ ପ୍ରୋସେସ କମ୍ପ୍ଲିଟ ହେବ । ଏଥିରେ ସିଲେକ୍ଟଡ କ୍ୟାଣ୍ଡିଡେଟ ଙ୍କର ଆସେସମେଣ୍ଟ ଓ ପର୍ସନାଲ ଇଂଟରଭ୍ୟୁ ବି ହେବ । ବିସିସିଆଇ ର ଏହି ଆନାଉନ୍ସମେଣ୍ଟ ଫ୍ୟାନ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଫ୍ୟାନ୍ସ ବି ଟିମ ଇଣ୍ଡିଆର ହେଡ କୋଚ ପାଇଁ ଆପ୍ଲାଇ କରିବା ଆରମ୍ଭ କରି ଦେଇଛନ୍ତି । ଖାଲି ଏତିକି ନୁହେଁ, ସ୍କ୍ରିନସଟ ନେଇ ସେମାନେ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ ବି କରିଛନ୍ତି ।

କହିରଖିବୁ କି, ବର୍ତମାନ ଭାରତୀୟ କୋଚ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୩ରେ ସେଷ ହୋଇଯାଇଥିଲା । ଏହାପରେ ତାଙ୍କ କାର୍ଯ୍ୟକାଳର ହୋଇଥିଲାୀ ଏକ୍ସଟେନସନ । ଏବେ ଏହି କଣ୍ଟ୍ରାକ୍ଟ ଜୁନ ୨୦୨୪ରେ ଶେଷ ହେବାକୁ ଯାଉଛି । ଯଦିଓ ବିସିସିଆଇ ସଚିବ ଜୟ ଶାହ ସ୍ପଷ୍ଟ କରିଛନ୍ତି କି, ଦ୍ରାବିଡ ପୁଣି ଥରେ କୋଚ ପଦ ପାଇଁ ଆପ୍ଲାଇ କରିପାରିବେ । କିନ୍ତୁ ଖବର ଏମିତି ଆସୁଛି କି, ପୂର୍ବ ଭାରତୀୟ କପ୍ତାନ ପୁଣି କୋଚ ହେବାକୁ ଇଛୁକ ନୁହଁନ୍ତି । ସେପଟେ ଜୟ ଶାହ କହିଛନ୍ତି କି, ବିସିସିଆଇ ଏଥର କୌଣସି ବିଦେଶୀଙ୍କୁ ଭାରତୀୟ ଟିମର କୋଚ ପଦ ଦେବାକୁ ଚାହୁଁଛି ।

Get real time updates directly on you device, subscribe now.