fbpx

ଗାଧୋଇବା ବେଳେ ନଦୀରେ ଭାସିଗଲେ ଗୋଟିଏ ପରିବାରର ୭ ଜଣ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

Advertisement

ନୂଆଦିଲ୍ଲୀ: ଗୁଜରାଟରେ ଏକ ବଡ଼ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ସାତଜଣ ଲୋକେ ପାଣିରେ ବୁଡିଯାଇଛନ୍ତି । ଏମାନଙ୍କୁ ରେସ୍କ୍ୟୁ ଅପରେସନ ମାଧ୍ୟମରେ ଉଦ୍ଧାର କରାଯାଉଛି । ଏହାରି ମଧ୍ୟରେ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ବାକି ଲୋକଙ୍କୁ ବାହାର କରିବା ପାଇଁ ଟିମ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହି ଦୁର୍ଘଟଣା ସେହି ସମୟରେ ଘଟିଛି, ଯେଉଁ ସମୟରେ ପୂଜା-ଅର୍ଚ୍ଚନା ପରେ କିଛି ଲୋକେ ଗାଧୋଇବା ପାଇଁ ଯାଇଥିଲେ । ଅଚାନକ ଗଭୀର ଜଳ ଏବଂ ଶୁଅ ପାଇଁ ଏହି ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାଟି ୧୪ ମେ ଦ୍ୱିପ୍ରହରର ବୋଲି କୁହାଯାଉଛି । ସୁରଟରୁ କିଛି ଲୋକେ ଗୁଜରାଟର ନର୍ମଦା ଜିଲ୍ଲାର ପୋଇଚା ଗାଁରେ ପୂଜା ଅର୍ଚ୍ଚନା ପାଇଁ ଯାଇଥିଲେ । ଏଠାରେ ପୂଜା ଅର୍ଚ୍ଚନା ପରେ ଗୋଟିଏ ପରିବାରର ୭ ଜଣ ଲୋକେ ଏଠାରେ ବୁଡିଯାଇଥିଲେ । ସୂଚନା ମିଳିବା ମାତ୍ରେ ବଡୋଦରାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚିଥିଲେ ଏବଂ ରେସ୍କ୍ୟୁ ଅପରେସନ ଆରମ୍ଭ କରିଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଲଗାତାର ଦୁର୍ଘଟଣାର ଦ୍ୱିତୀୟ ଦିନରେ ମଧ୍ୟ ଶବମାନଙ୍କର ପତା ମିଳୁନି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.