fbpx

ବାରାଣସୀରୁ ମିଳିଲା Rejection: ନିର୍ବାଚନ ପାଇଁ ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ଖାରଜ

Advertisement

ବାରାଣସୀ: ହାସ୍ୟ କଳାକାର ଶ୍ୟାମ ରଙ୍ଗିଲାଙ୍କ ନିର୍ବାଚନୀ ନାମାଙ୍କନକୁ ଖାରଜ କରାଯାଇଛି । ବାରାଣସୀରୁ ନିର୍ବାଚନ ପାଇଁ ନୋମିନେସନ କରିଥିବା ବେଳେ ଏଥିରେ ଫେଲ ମରିଛନ୍ତି ରଙ୍ଗିଲା । ଯାଞ୍ଚ ପ୍ରକ୍ରିୟା ସମୟରେ ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ଖାରଜ ହୋଇଛି । ଏ ନେଇ ଏକ ଟ୍ୱିଟ ଜରିଆରେ ସେ ସୂଚନା ଦେଇଛନ୍ତି । ନାମାଙ୍କନ ପତ୍ରରେ ତ୍ରୁଟି ଯୋଗୁଁ ନାମାଙ୍କନ ରଦ୍ଦ ହୋଇଥିବା ଜାଣିବାକୁ ମିଳିଛି । ନିର୍ବାଚନ ଲଢେଇରୁ ବାଦ୍ ପଡ଼ିବା ପରେ କମେଡିଆନ୍ ଶ୍ୟାମ ରଙ୍ଗିଲାଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିଛି ।

ନିର୍ବାଚନ ପାଇଁ ନାମାଙ୍କନ ରଦ୍ଦ ହେବା ପରେ ଶ୍ୟାମ ରଙ୍ଗିଲା କହିଛନ୍ତି ଯେ, ବାରାଣସୀରୁ ଏମାନେ ଲଢିବାକୁ ଦେବେନାହିଁ । ହୃଦୟ ଭାଙ୍ଗିଗଲା, କିନ୍ତୁ ଆତ୍ମବିଶ୍ୱାସ ଭାଙ୍ଗିନାହିଁ । ଆପଣ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ । ଏହାସହିତ ସେ ମିଡିଆ ଏବଂ ଶୁଭଚିନ୍ତକମାନଙ୍କୁ ବର୍ତ୍ତମାନ ଫୋନ୍ ନ କରିବାକୁ ନିବେଦନ କରିଛନ୍ତି । ତେବେ ସମସ୍ତ ସୂଚନା ଏଥିରେ(ଟ୍ୱିଟର)ରେ ଦେବା ପାଇଁ ସେ ପ୍ରକାଶ କରିଛନ୍ତି । କାରଣ କିଛି ସମୟ ପାଇଁ କୌଣସି କଥା ହେବାକୁ ବୋଧହୁଏ ଇଚ୍ଛା ନାହିଁ ।

ନାମାଙ୍କନ ବାତିଲ ଉପରେ ଶ୍ୟାମ ରଙ୍ଗିଲା କହିଛନ୍ତି, ‘ମୋ ଭଳି ଅନେକ ଲୋକ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପାଦ ଥାପିଥିଲେ, ସେମାନେ ଏ ବିଷୟରେ ଜାଣି ନଥିଲେ। ଏଭଳି ପରିସ୍ଥିତିରେ କେଉଁ ଦଲିଲ ଦାଖଲ କରିବାକୁ ହେବ ତାହା କହିବା ନିର୍ବାଚନ ଅଧିକାରୀଙ୍କ କାମ ହେବା ଉଚିତ୍। ଅଧିକାରୀମାନେ କିଛି କହି ନାହାଁନ୍ତି। କେବଳ ଚାରିଟି ରସିଦ, ଜମା ସ୍ଲିପ୍ ନେଇ ଆମକୁ ପଠାଇଲେ । ବାହାରକୁ ଆସିବା ପରେ ଆମର ନାମାଙ୍କନପତ୍ର ଦାଖଳ ହୋଇଥିବା ଆମେ ଭାବିଥିଲୁ ବୋଲି କହିଛନ୍ତି ଶ୍ୟାମ ରଙ୍ଗିଲା । ତେବେ ଏହା ଓକିଲଙ୍କୁ ଦେଖାଇବା ପରେ ସେ ଏ ନେଇ ଚିନ୍ତା ଜାହିର କରିଥିଲେ । ତେବେ ମେ’ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସଂଶୋଧନ ପତ୍ର ଜମା କରିବାକୁ ହେବ ବୋଲି କୁହାଯାଇଥିଲା । ତେବେ ସମୟ ପାଇବା ବେଳକୁ ବିଳମ୍ବ ହୋଇଯାଇଛି ।

Get real time updates directly on you device, subscribe now.