fbpx

‘ଏଣିକି ମୋତେ ଆଉ ବୁର୍ଖା ପିନ୍ଧିବାକୁ ପଡିବନି’, ଭାରତର ନାଗରିକତା ମିଳିବା ପରେ ଏପରି ଖୁସି ବ୍ୟକ୍ତ କଲେ ପାକିସ୍ତାନୀ ଭାବନା

Advertisement

ନୂଆଦିଲ୍ଲୀ: ସିଏଏ ଅନୁଯାୟୀ ବୁଧବାର ଦିନ ୧୪ ଜଣଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି । ଏନେଇ ସମସ୍ତେ ଖୁସି ରହିଛନ୍ତି । ତେବେ ଏହି ଅବସରରେ ଭାବନା ନାମକ ଜଣେ ଯୁବତୀ ଭାରତର ନାଗରିକତା ପାଇବା ପରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଏଠାରେ ସେ ନିଜ ସ୍ୱାଧୀନତାରେ ବଞ୍ଚିପାରିବେ । ନିଜ ଭବିଷ୍ୟତ ଗଢିବା ପାଇଁ ପାଠ ପଢି ପାରିବେ । ଏଠାରେ ତାଙ୍କୁ ବୁର୍ଖା ବି ପିନ୍ଧିବାକୁ ପଡିବ ନାହିଁ ।

ଭାବନା ସିଏଏ ଅନୁଯାୟୀ ପ୍ରମାଣ ପତ୍ର ମିଳିବା ପରେ କହିଛନ୍ତି ଯେ, ମୋତେ ଆଜି ନାଗରିକତା ମିଳି ସାରିଛି ଏବଂ ମୁଁ ବହୁତ ଖୁସି ଅନୁଭବ କରୁଛି । ସେ କହିଛନ୍ତି ଯେ, ଜଣେ ଭାରତୀୟ ନାଗରିକ ରୂପରେ ତାଙ୍କର ନୂଆ ସ୍ଥିତି ଏପରି ଭବିଷ୍ୟତର ଦ୍ୱାର ଖୋଲିଛି ଯାହାକୁ ସେ କେବେ ସ୍ୱପ୍ନ ଦେଖୁଥିଲେ । ଭାବନା କହିଛନ୍ତି ଯେ, ମୁଁ ଆଗକୁ ପଢିପାରିବି ।

ଭାବନା କହିଛନ୍ତି ଯେ, ପାକିସ୍ତାନରେ ଘରୁ ବାହାରକୁ ବାହାରିବା ମୁସକିଲ ଅଟେ । ଭାବନା କହିଛନ୍ତି ଯେ, ଯଦି କେବେ ବାହାରକୁ ଯିବାକୁ ପଡୁଥିଲା, ତେବେ ବୁର୍ଖା ପିନ୍ଧି ବାହାରକୁ ଯିବାକୁ ପଡୁଥିଲା । ସେଠାରେ ଝିଅମାନେ ପଢି ପାରୁନଥିଲେ । ଭାବନା କହିଛନ୍ତି ଯେ, ସେଠାରେ ସବୁଆଡୁ ପ୍ରତାଡିତ ହେବାକୁ ପଡୁଥିଲା । ଏଠାରେ ବ୍ୟକ୍ତି ସ୍ୱାଧୀନତାର ସହ ଜୀବନଯାପନ କରୁଛନ୍ତି । ଏଥିପାଇଁ ଭାରତର ନାଗରିକତା ମିଳିବା ପରେ ସେ ବହୁତ ଖୁସି ଅନୁଭବ କରୁଛନ୍ତି ।

Get real time updates directly on you device, subscribe now.