fbpx
BJD SKY
BJD SKY

ଧୋନୀଙ୍କ ଲାଗି ଗାର୍ଲଫ୍ରେଣ୍ଡ ସହ ବ୍ରେକଅପ୍ କରିଦେଲେ ଫ୍ୟାନ୍‌, କାରଣ ଜାଣିଲେ ଆପଣଙ୍କର ବି ମୁଣ୍ଡ ଘୁରାଇଯିବ

BJD

ଓଡ଼ିଶା ଭାସ୍କର:ଚେନ୍ନାଇ ସୁପର କିଙ୍ଗସ୍‌(CSK) ରବିବାର ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ(SRH)କୁ ୭ ରନ୍‌ରେ ହରାଇଛି । ଚେନ୍ନାଇ ସୁପର କିଙ୍ଗସ୍‌ର ଆଇପିଏଲ୍ ୨୦୨୪ରେ ଖେଳାଯାଇଥିବା ୧୦ ମ୍ୟାଚରୁ ୫ମ ବିଜୟ ମ୍ୟାଚ୍ । ସିଏସ୍‌କେ ଏବେ ଆଇପିଏଲ୍ ୨୦୨୪ ପଏଣ୍ଟସ୍ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି ଓ ୧୦ ଅଙ୍କ ହାସଲ କରିଛି ।

ତେବେ ସିଏସ୍‌କେ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ସମୟରେ ଜଣେ ଫ୍ୟାନଙ୍କ ପୋଷ୍ଟର ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରେମରେ ଏହି ଫ୍ୟାନ ଏପରି କିଛି କରିଦେଇଛନ୍ତି ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ । ଧୋନୀଙ୍କ ଏହି ପାଗଳ ଫ୍ୟାନ୍ ନିଜ ପୋଷ୍ଟରରେ ଲେଖିଥିଲେ, ମୁଁ ମୋ ଗାର୍ଲଫ୍ରେଣ୍ଡଙ୍କ ସହ ଏଇଥିପାଇଁ ବ୍ରେକଅପ୍ କଲି କି ତାଙ୍କ ନାମ ୭ ଅକ୍ଷରରେ ନ ଥିଲା । ଏହି ଫ୍ୟାନ୍‌ଙ୍କ ଇସାରା ଧୋନୀଙ୍କ ଆଡକୁ ଥିଲା । କାରଣ ଧୋନୀଙ୍କର ୭ ସଂଖ୍ୟା ସହ ଗଭୀର ସଂପର୍କ ରହିଛି । ଧୋନୀଙ୍କର ଜନ୍ମ ଜୁଲାଇ ୭ ତାରିଖରେ ହୋଇଥିବା ବେଳେ ତାଙ୍କ ଜର୍ସି ନମ୍ବର ୭ ରହିଛି ।

ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ରେ ମହାରେକର୍ଡ କରିଛନ୍ତି । ଆଇପିଏଲ୍‌ରେ ୧୫୦ ମ୍ୟାଚ୍ ଜିତିବାରେ ପ୍ରଥମ କ୍ରିକେଟର ପାଲଟିଛନ୍ତି ଧୋନୀ । ଧୋନୀଙ୍କ ଅଧିନାୟକତ୍ୱରେ ସିଏସକେ ୫ ଥର ଆଇପିଏଲ୍ ଟ୍ରଫି ହାସଲ କରିଛି । ଏବେ ସେ ସିଏସକେରେ ଜଣେ ସଦସ୍ୟ ଭାବରେ ଖେଳୁଛନ୍ତି । ସେ ସିଏସକେର କ୍ୟାପଟେନସିପ୍ ଋତୁରାଜ ଗାୟକୱାଡଙ୍କୁ ସମର୍ପି ଦେଇଛନ୍ତି ।

Get real time updates directly on you device, subscribe now.