fbpx

ଆମେରିକା କିଣିବ Doomsday ବିମାନ: ପରମାଣୁ ଆକ୍ରମଣ ହେଲେ ବି ବିମାନ ଉପରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ: ଆମେରିକାର ବାୟୁସେନା ବିମାନ ତିଆରି କରୁଥିବା କମ୍ପାନୀ ସିଏରା ନେୱାଡା ନିଗମକୁ ଇ -୪ ବିି ବିମାନ ବଦଳରେ ନୂଆ ବିମାନ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ଦେଇଛି । ଏହି କଣ୍ଟ୍ରାକ୍ଟର ମୂଲ୍ୟ ୧୩ ବିଲିୟନ ଡଲାର । ଏହି ନୂଆ ବିମାନକୁ ଡୁମସଡେ ପ୍ଲେନ କୁହାଯିବ । ଏହି ବିମାନଟି ପରମାଣୁ ଯୁଦ୍ଧରୁ ବଞ୍ଚିବାର କ୍ଷମତା ରଖିଛି । ଏହାର ବିଶେଷତ୍ୱ ହେଉଛି ଯେ ଏହି ବିମାନ କୌଣସି ପ୍ରକାର ଆଣବିକ ଆକ୍ରମଣ ହେଲେ ଆମେରିକାର ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ରଖିବାରେ ସକ୍ଷମ ହେବ ।

୨୦୩୬ ସୁଦ୍ଧା ମିଳିବ ବିମାନ :-
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଆମେରିକାର ବାୟୁସେନା ମୁଖପାତ୍ରଙ୍କ ଉଦେ୍ଧଶ୍ୟରେ କହିଛି ଯେ ଏସଏଓସି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ୧୯୭୦ ଦଶକରୁ ପୁରୁଣା ବିମାନକୁ ହଟାଇବା । ଯାହାର ସର୍ଭିସ୍ ଲାଇଫ୍ ଶେଷ ହେବାକୁ ଯାଉଛି । ଆମେରିକାରେ ବର୍ତ୍ତମାନ ଏପରି ୪ ଟି ବିମାନ ଅଛି, ଯାହା ଅବସର ନେବାକୁ ଯାଉଛି । ଏସଏଓସି ଉପରେ କାର୍ଯ୍ୟ କଲୋରଡୋ, ଓହିଓ ଏବଂ ନେୱାଦାରେ କରାଯିବ । ଯାହା ୨୦୩୬ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।

ଏହି ନୂଆ ବିମାନଗୁଡିକ ହାଇଟେକ୍ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହେବ । ଏହା ସହିତ ଏହା ଅତ୍ୟାଧୁନିକ ବିମାନ ପରି ହେବ । ଇ -୪ ବି ଏକ ମୋବାଇଲ୍ କମାଣ୍ଡ ପୋଷ୍ଟ ଭାବରେ ଡିଜାଇନ୍ ହୋଇଛି । ଏହି ବିମାନ ପରମାଣୁ ଆକ୍ରମଣ ଏବଂ ବୈଦ୍ୟୁତିକ ଚୁମ୍ବକୀୟ ପ୍ରଭାବକୁ ପ୍ରତିହତ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହେବ । କୌଣସି ଜରୁରୀକାଳୀନ ପରିସ୍ଥିତିରେ ସେନାକୁ ବାୟୁରେ ନିର୍ଦ୍ଦେଶ ଦିଆଯାଇପାରେ । ଏହି ବିମାନଗୁଡ଼ିକ ନିଜେ ବାୟୁରେ ଇନ୍ଧନ ପୂରଣ କରିବାରେ ସକ୍ଷମ ହେବେ । ଏହି ବିମାନଗୁଡ଼ିକ ଆମେରିକାର ରାଷ୍ଟ୍ରପତି ଏବଂ ପ୍ରତିରକ୍ଷା ସଚିବଙ୍କ ପାଇଁ ବ୍ୟବହୃତ ହୁଏ ।

Get real time updates directly on you device, subscribe now.