fbpx

ଟେବୁଲ ଟେନିସରେ ଇତିହାସ ରଚିଲେ ମାନିକା ବାତ୍ରା: ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ବିଶ୍ୱ ସିଙ୍ଗଲସ୍ ରାଙ୍କିଂରେ ହାସଲ କଲେ ଟପ୍-୨୫ ମାନ୍ୟତା

Advertisement

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରତିଭାସମ୍ପନ୍ନ ଟେବୁଲ ଟେନିସ ଖେଳାଳି ମାନିକ ବାତ୍ରା ଭାରତ ପାଇଁ ନୂଆ ଇତିହାସଲ ରଚିଛନ୍ତି । ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ମାନିକ ବିଶ୍ୱ ସିଙ୍ଗଲସ ରାଙ୍କିଂରେ ଟପ-୨୫ ମାନ୍ୟତା ହାସଲ କରିଛନ୍ତି । ମାନିକ ୩୯ତମ ବିଶ୍ୱ ରାଙ୍କିଂରୁ ୧୫ଟି ସ୍ଥାନ ଡେଇଁ ସିଧାସଳଖ ୨୪ତମ ସ୍ଥାନ ଅକ୍ତିଆର କରିପାରିଛନ୍ତି । ଶ୍ରୀଜା ଆକୁଲାଙ୍କୁ ପଛରେ ପକାଇ ମାନିକ ଭାରତର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ମହିଳା ଟେବୁଲ ଟେନିସ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

୨୦୧୯ରେ ଭାରତର ପୁରୁଷ ଖେଳାଳି ଜି. ସତ୍ୟନ୍ ବିଶ୍ୱ ରାଙ୍କିଂରେ ୨୪ତମ ମାନ୍ୟତା ହାସଲ କରିଥିଲେ ହେଁ ମାନିକାଙ୍କ ପୂର୍ବରୁ କୌଣସି ଭାରତୀୟ ୨୪ଂ ସ୍ଥାନରେ ପହଞ୍ଚି ପାରିନଥିଲେ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨ଟି ସ୍ୱର୍ଣ୍ଣପଦକ ହାସଲ କରିଥିବା ଦିଲ୍ଲୀର ମାନିକା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛନ୍ତି । ସାଉଦି ସ୍କ୍ୱାଶ ଟୁର୍ଣ୍ଣାମେଣ୍ଟର ୨ୟ ରାଉଣ୍ଡରେ ୨୮ ବର୍ଷୀୟ ମାନିକା ବିଶ୍ୱର ୨ନଂ ଖେଳାଳି ତଥା ଏକାଧିକ ଥର ବିଶ୍ୱ ଚାମ୍ପିୟନ ଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜୟିନୀ ଚୀନର ୱାଙ୍ଗ ମାନୟୁଙ୍କୁ ପରାସ୍ତ କରି ଚହଳ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟର ସେ ବିଶ୍ୱର ୧୪ନଂ ଖେଳାଳି ଜର୍ମାନୀର ନିନା ମିଟଲହାମଙ୍କୁ ପୁରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ । କ୍ୱାର୍ଟରଫାଇନାଲରେ ମାନିକା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ହେଁ ଜାପାନର ହିନା ହାୟାତାଙ୍କ ଠାରୁ ପରାସ୍ତ ହୋଇଥିଲେ । ତେଣୁ ଏପରି ଉତ୍ତମ ପ୍ରଦର୍ଶନ ଯୋଗୁଁ ମାନିକାଙ୍କ ରାଙ୍କିଂରେ ୧୫ଟି ସ୍ଥାନ ଘଟିଛି ।

Get real time updates directly on you device, subscribe now.