fbpx

ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଥିଲେ ବି ଦିଲ୍ଲୀ ପ୍ଲେଅଫ୍ ଖେଳିପାରିବ! ଦୁଇଟି ମ୍ୟାଚର ଫଳାଫଳ ବଦଳାଇପାରେ ସ୍ଥିତି

Advertisement

ନୂଆଦିଲ୍ଲୀ: ରୋଚକ ମୋଡ଼ରେ ପହଞ୍ଚିଛି ଚଳିତ ସିଜିନର ଆଇପିଏଲ ପ୍ଲେଅଫ୍ ଲଢ଼େଇ । ପ୍ଳେଅଫ୍ ପୂର୍ବରୁ ଆଉ ମାତ୍ର ୬ଟି ମ୍ୟାଚ ଖେଳିବାକୁ ବାକି ରହିଛି । ତେବେ ଏଭଳି ସ୍ଥିତିରେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟପ-୪ରେ ପହଞ୍ଚିବା ମୁସ୍କିଲ ହୋଇଯିବ । ତେଣୁ ଦିଲ୍ଲୀ ପ୍ଲେଅଫ୍ ଖେଳିପାରିବ କି ନା ସେନେଇ ଏବେ ପ୍ରଶଂସକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଆଇପିଏଲର ପ୍ଲେଅଫ୍ ଗଣିତ ଅନୁଯାୟୀ, ଦିଲ୍ଲୀ ଟପ-୪ରେ ପହଞ୍ଚିପାରିବ, କିନ୍ତୁ ସେଥିପାଇଁ ଦିଲ୍ଲୀକୁ ଭାଗ୍ୟ ଉପରେ ଭରସା କରିବାକୁ ପଡ଼ିବ ।

ଚଳିତ ଆପିଏଲ ୨୦୨୪ରେ ଦିଲ୍ଲୀ ତା’ର ସମସ୍ତ ମ୍ୟାଚ ଖେଳି ସାରିଛି । ଦଳ ୧୪ଟି ମ୍ୟାଚରୁ ୭ଟିରେ ଜିତି ୧୪ ପଏଣ୍ଟସ୍ ହାସଲ କରିବା ସହ ଏବେ ୫ମ ସ୍ଥାନରେ ରହିଛି । ତେଣୁ ଏପରି ସ୍ଥିତିରେ ଦିଲ୍ଲୀକୁ ଟପ-୪ରେ ସାମିଲ ହେବାକୁ ହେଲେ ଅନ୍ୟ ଟିମ୍ ବିଶେଷ କରି ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ଉପରେ ନିର୍ଭର କରିବାକୁ ପଡ଼ିବ । ପଞ୍ଜାବ ଓ ଗୁଜରାଟ ପୂର୍ବରୁ ପ୍ଲେଅଫରୁ ଆଉଟ୍ ହୋଇଯାଇଛନ୍ତି । ମାତ୍ର ଏହି ଦୁଇ ଟଇମ୍ ଦିଲ୍ଲୀକୁ ଧରାଶାୟୀ କରିପାରିବେ ବା ଉପରକୁ ଉଠାଇ ପାରିବେ ।

ପଞ୍ଜାବ କିଙ୍ଗସ ତା’ର ଆଉ ଦୁଇଟି ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ସହ ଖେଳିବ । ସେହିପରି ଗୁଜରାଟ ତା’ର ଶେଷ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ । ହାଇଦ୍ରାବାଦ ଯଦି ତା’ର ଦୁଇଟି ଯାକ ମ୍ୟାଚରେ ହାରିଯାଏ ତେବେ ସେ କେବଳ ୧୪ ପଏଣ୍ଟରେ ରହିଯିବ । ପଞ୍ଜାବ ଓ ଗୁଜରାଟ ଦୁଇ ଟିମ୍ ଯଦି ପ୍ରଥମେ ବ୍ୟାଟିଂ କରି ୨୦୦ ସ୍କୋର ଛିଡ଼ା କରିବା ସହ ହାଇଦ୍ରାବାଦକୁ ହରାଇପାରିବେ ତେବେ ଦିଲ୍ଲୀର ଆଶା ବଢ଼ିପାରେ । ଏଥିସହିତ ଦୁଇଟି ଯାକ ମ୍ୟାଚରେ ହାଇଦ୍ରାବାଦ ଅତିକମରେ ୧୦୦ ବ୍ୟବଧାନରେ ପରାସ୍ତ ହେବା ଆବଶ୍ୟକ । ତେବେ କ୍ରିକେଟରେ କିଛି ବି ଅସମ୍ଭବ ନୁହେଁ । ତେଣୁ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଏବେ ଆଗାମୀ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବେ । କୋଲକତା ନାଇଟ୍ ରାଇଡର୍ସର ଗୋଟିଏ ମ୍ୟାଚ ବାକିଥିବା ବେଳେ ଦଳ ୧୯ ପଏଣ୍ଟ ସହ ପ୍ଲେଅଫରେ ପ୍ରବେଶ କରିସାରିଛି । ସେହିପରି ରାଜସ୍ଥାନ ୧୨ଟି ମ୍ୟାଚର ୧୬ ପଏଣ୍ଟ ଓ ଚେନ୍ନାଇ ସୁପର କିଙ୍ଗସ ୧୩ଟି ମ୍ୟାଚରୁ ୧୪ ପଏଣ୍ଟ ହାସଲ କରିଛନ୍ତି ।

Get real time updates directly on you device, subscribe now.