fbpx
BJD SKY
BJD SKY

Bengal Jobs Scam: ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲା ଆଶ୍ୱସ୍ତି, ସିବିଆଇ ଯାଞ୍ଚକୁ କରାଗଲା ମନା

BJD

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସରକାରୀ ଅଧିକାରୀମାନଙ୍କ ଭୂମିକାକୁ ସିବିଆଇ ଯାଞ୍ଚ କରିବା ପାଇଁ କୋଲକାତା ହାଇକୋର୍ଟଙ୍କ ଆଦେଶ ଉପରେ ସୋମବାର ଦିନ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଦୁର୍ନୀତି କରାଯାଇ ୨୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ଶିକ୍ଷକଙ୍କ ବରଖାସ୍ତ ନିର୍ଦ୍ଦେଶ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ।

ଡି.ୱାଇ ଚନ୍ଦଚୂଡ଼ ଜଷ୍ଟିସ ଜେବି ପାରଦୀବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ପୀଠ କହିଛନ୍ତି ଯେ, ଏହି ମାମଲାରେ ୬ ମେ’ରେ ଶୁଣାଣି କରାଯିବ । ପିଟିଆଇ ମୁତାବକ ପୀଠ କହିଛନ୍ତି ଯେ, ଆମେ ସେହି ନିର୍ଦ୍ଦେଶ ଉପରେ ପ୍ରତିବନ୍ଧକ ଲଗାଉଛୁ ଯେଉଁଥିରେ କୁହାଯାଇଥିଲା ଯେ, ସିବିଆଇ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ବିରୋଧରେ ଯାଞ୍ଚ କରିବ ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ୬ ଏପ୍ରିଲ ପର୍ଯ୍ୟନ୍ତ କୌଣସି ଦଣ୍ଡାଦେଶ ଜାରି କରାଯିବ ନାହିଁ । ଯେଉଁଥିରେ ଆଗକୁ ନ୍ୟାୟିକ ସମୀକ୍ଷା ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟାକୁ ଅସ୍ଥାୟୀ ଭାବେ ରୋକିବାର ସଂକେତ ରହିଛି । ଏହା ପୂର୍ବରୁ ଶୁଣାଣି ସମୟରେ ହାଇକୋର୍ଟଙ୍କ ଚିଫ ଜଷ୍ଟିସ କହିଥିଲେ ଯେ, ଅପରାଧୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Get real time updates directly on you device, subscribe now.