ନୂଆଦିଲ୍ଲୀ: ଜେଟ୍ ଏୟାରୱେଜର ଫାଉଣ୍ଡର ନରେଶ ଗୋୟଲଙ୍କ ପତ୍ନୀ ଅନୀତାଙ୍କର ଗୁରୁବାର ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢ଼ୁଥିଲେ । ନିକଟରେ ନରେଶ ଗୋୟଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା ।
ଯେତେବେଳେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେତେବେଳେ ନରେଶ ଗୋୟଲ ପତ୍ନୀଙ୍କ ସହ ଥିଲେ । ପରିବାରର ନିକଟ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଦିନ ପ୍ରାୟ ୩ ଟା ସମୟରେ ଅନୀତା ଗୋୟଲଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଦେହାନ୍ତ ଖବର ପାଇବା ପରେ ତାଙ୍କ ସାଙ୍ଗ ଏବଂ ପରିବାର ସଦସ୍ୟ ଡାକ୍ତରଖାନାକୁ ଆସିବା ଆରମ୍ଭ କରିଥିଲେ । ତାଙ୍କର ଅନ୍ତିମ ସଂସ୍କାର ଆଜି ହେବ । ତେବେ ନରେଶ ଗୋୟଲ ମଧ୍ୟ କର୍କଟ ରୋଗରେ ପୀଡିତ ।
ମେ ୨୩ ରେ ନରେଶ ଗୋୟଲଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କୁ କହିଥିଲେ ଯେ, ଜେଟ ଏୟାରୱେଜର ଫାଉଣ୍ଡର “ବଞ୍ଚିବାର ଇଚ୍ଛା” ହରାଇଛନ୍ତି । ଡାକ୍ତରୀ ଜାମିନ ପାଇଁ ସେ ଅନୁରୋଧ କରିଥିଲେ । ଜାମିନ ଆବେଦନ ଉପରେ କୋର୍ଟ ଏହାର ଆଦେଶ ସଂରକ୍ଷିତ ରଖିଛନ୍ତି ଏବଂ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୋୟଲଙ୍କୁ ମେ ୨ ୬ ତାରିଖ ପର୍ଯ୍ୟନ୍ତ ଡିସଚାର୍ଜ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।