fbpx
BJD SKY
BJD SKY

୧୦ ବର୍ଷରେ ଦ୍ୱିଗୁଣିତ ହେଲା ସ୍ମୃତି ଇରାନୀଙ୍କ ସଂପତ୍ତି, ସ୍ୱାମୀ ବି କୋଟିପତି, ଜାଣନ୍ତୁ ନେଟୱର୍ଥ

BJD

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସ୍ମୃତି ଇରାନୀ ସୋମବାର ଦିନ ୟୁପିର ଆମେଥି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଲଗାତାର ତୃତୀୟ ଥର ପାଇଁ ଏହି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆମେଥିରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ତାଙ୍କ ସମ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ସ୍ମୃତି ଇରାନୀଙ୍କ ଆଫିଡେଭିଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ୮,୭୫,୨୪,୨୯୬ ଟଙ୍କା ମାଲିକ ଅଟନ୍ତି। ଯେତେବେଳେ କି ତାଙ୍କ ସ୍ୱାମୀଙ୍କର ସମ୍ପତ୍ତି ୮,୮୧,୭୭,୭୯୦ ରହିଛି। ତାଙ୍କ ପାଖରେ ୧,୦୮,୭୪୦ ଟଙ୍କା ନଗଦ ଥିବାବେଳେ ତାଙ୍କ ସ୍ୱାମୀ ଜୁବିନ ଇରାନୀଙ୍କ ପାଖରେ ୩,୨୧,୭୦୦ ଟଙ୍କା ରହିଛି। ବିଜେପି ନେତା କହିଛନ୍ତି ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୫,୪୮,୪୯୭ ଟଙ୍କା ଏବଂ ୩୯,୪୯,୮୯୮ ଟଙ୍କା ତାଙ୍କ ସ୍ୱାମୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ରହିଛି। ଏହା ବ୍ୟତୀତ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ପଞ୍ଜିକୃତ ହୋଇନାହିଁ।

୨୦୧୯ ରେ ଦିଆଯାଇଥିବା ଆଫିଡେଭିଟ୍ ଅନୁଯାୟୀ, ସ୍ମୃତି ଇରାନୀଙ୍କର ୪,୭୧,୦୧,୯୪୮ ଟଙ୍କା ମୂଲ୍ୟର ଚଳନ ଏବଂ ଅସ୍ଥାବର ସମ୍ପତ୍ତି ଥିଲା। ଏହାପୂର୍ବରୁ ୨୦୧୪ ରେ, ସେ ଚଳନଶୀଳ ଏବଂ ଅସ୍ଥାବର ସମ୍ପତ୍ତିକୁ ୪,୧୪,୯୮,୬୨୧ ଭାବରେ ଘୋଷଣା କରିଥିଲେ। ତେବେ, ତାଙ୍କ ସମ୍ପତ୍ତି ୨୦୨୪ ରେ ବୃଦ୍ଧି ପାଇଛି। ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ସେ ତାଙ୍କର ମୋଟ ଚଳନ ଏବଂ ଅସ୍ଥାବର ସମ୍ପତ୍ତିକୁ ୮,୭୫,୨୪,୨୯୬ ବୋଲି ଦର୍ଶାଇଛନ୍ତି। ଯାହା ପ୍ରାୟ ଚାରି କୋଟି ଅଧିକ ରହିଛି।

Get real time updates directly on you device, subscribe now.