fbpx
BJD
BJD SKY
BJD SKY

ସକାଳୁ ଉଠିବା ମାତ୍ରେ ଅସୁସ୍ଥ ବା ଥକ୍କାପଣ ଅନୁଭବ କରୁଛନ୍ତି କି ? ଜାଣନ୍ତୁ ଏହାର ସମାଧାନ

ପ୍ରାୟ ସମୟରେ ଦେଖାଯାଇଛି କିଛି ଲୋକେ ସକାଳୁ ଉଠିବା ମାତ୍ରେ ଅସୁସ୍ଥ ଅନୁଭବ କରନ୍ତି। ଯେପରିକି ଥକ୍କାପଣ, ମୁଣ୍ଡ ବିନ୍ଧିବା କିମ୍ବା ଦୁର୍ବଳ ଅନୁଭବ କରିବା। ସେମାନେ ସକାଳେ ସତେଜ ଅନୁଭବ କରନ୍ତି ନାହିଁ। ଏପରି କ୍ଷେତ୍ରରେ ସକାଳେ ଶୀଘ୍ର ଉଠିବା କଷ୍ଟକର ହୋଇପଡେ। କିନ୍ତୁ ସକାଳେ କଲେଜ, ଅଫିସ କିମ୍ବା ଘରୋଇ କାମ ପାଇଁ ବାଧ୍ୟ ହୋଇ ଶୀଘ୍ର ଉଠିବାକୁ ପଡେ। ଏପରି କ୍ଷେତ୍ରରେ ଆମ ଶରୀର ଅଧିକ ଅସୁସ୍ଥ ଏବଂ କ୍ଳାନ୍ତ ଅନୁଭବ କରେ। ଯଦି ଆପଣଙ୍କ ସହିତ ପ୍ରତିଦିନ ଏପରି ଘଟୁଛି ତେବେ କିଛି ଜିନିଷର ଯତ୍ନ ନିଆଯାଇପାରେ। ଆପଣଙ୍କୁ ଥକ୍କା ଲାଗିବ ନାହିଁ ଏବଂ ସତେଜ ଅନୁଭବ କରିବେ।

ଦୈନିକ ଥକ୍କାପଣ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ। ଏପରି ପରିସ୍ଥିତିରେ, ସର୍ବପ୍ରଥମେ ଏହା ଜାଣିବା ଆବଶ୍ୟକ ଯେ ଆପଣଙ୍କ ଶରୀରରେ କିଛି ରୋଗ ଅଛି ନା ନାହିଁ। ଏଥିପାଇଁ ଆପଣ ଡାକ୍ତରୀ ପରାମର୍ଶ ନେଇପାରିବେ। ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଶୋଇବା ଜରୁରୀ। ତେବେ ଚାଲନ୍ତୁ ଜାଣିବା କେଉଁ ଉପାୟ କଲେ ଥକ୍କାପଣ ଦୂର ହେବ।

ବେଳେବେଳେ ବ୍ୟାୟାମର ଅଭାବ ମଧ୍ୟ ଅତ୍ୟଧିକ କ୍ଲାନ୍ତର କାରଣ ହୋଇଥାଏ। ଏପରି ପରିସ୍ଥିତିରେ ଆପଣ ଅଳ୍ପ ସମୟ ହେଉ ପଛେ ନୀତିଦିନ ବ୍ୟାୟାମ କରନ୍ତୁ। ବ୍ୟାୟାମ କଲେ ଶରୀରର କ୍ଲାନ୍ତକୁ ଦୂର କରିବ। ପ୍ରତିଦିନ ବସିରହିବା କିମ୍ବା ସମାନ ସ୍ଥାନରେ ବସି କାମ କରିବା ଦ୍ୱାରା ଶରୀରରେ ଏପରି ସମସ୍ୟା ସୃଷ୍ଟି ହୁଏ। ତେଣୁ ପ୍ରତିଦି ସକାଳେ କିମ୍ବା ସନ୍ଧ୍ୟାରେ ବ୍ୟାୟାମ କରନ୍ତୁ।

ସକାଳେ ଉଠିବା ମାତ୍ରେ ଏକ ଗ୍ଲାସ୍ ପାଣି ପିଅନ୍ତୁ। ଆପଣ ଉଷୁମ ପାଣି ପିଇପାରିବେ। ଏହା ଶରୀରରେ ଜଳର ଅଭାବକୁ ଦୂର କରିଥାଏ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଦ୍ୱାରା ପାଚନ ପ୍ରକ୍ରିୟା ମଧ୍ୟ ଭଲ ରହେ। ଏହା ଆପଣଙ୍କ ସକାଳର ଥକ୍କା ଏବଂ ଅଳସୁଆରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ।

ସକାଳର ଜଳଖିଆ ଏପରି ହେବା ଉଚିତ ଯେପରି ଆପଣଙ୍କ ଶରୀର ଦିନସାରା ଏନର୍ଜେଟିକ ରହିବ। ଏକ ସୁସ୍ଥ ଜଳଖିଆ ଖାଇବା ପରେ ଆପଣ ନିଜ କାର୍ଯ୍ୟରେ ବାହାରକୁ ଯାଆନ୍ତି ତେବେ ରାସ୍ତାରେ କ୍ଳାନ୍ତ ଅନୁଭବ କରିବେ ନାହିଁ। କିନ୍ତୁ ଆପଣ ଯଦି ସକାଳେ ଜଳଖିଆ ଭଲଭାବେ ନକରନ୍ତି ତେବେ ଦିନସାରା ଆପଣଙ୍କ ଶୀରର ଥକ୍କାପଣ ଅନୁଭବ କରିବ ଏବଂ ଆପଣଙ୍କର କୌଣସି କାମରେ ମନ ଲାଗିବ ନାହିଁ।

ସକାଳୁ ଶରୀରକୁ ସୂର୍ଯ୍ୟକିରଣ ମଧ୍ୟ ଆବଶ୍ୟକ। ସକାଳେ ଉଠିବା ପରେ ତୁରନ୍ତ କୌଣସି କାର୍ଯ୍ୟରେ ନିୟୋଜିତ ହେବା ପରିବର୍ତ୍ତେ କିଛି ସମୟ ଚୁପଚାପ୍ ବସି ସକାଳର ସୂର୍ଯ୍ୟ କିରଣରେ ରହିବା ଆବଶ୍ୟକ। ଯଦି ସମ୍ଭବ ହୁଏ କିଛି ସମୟ ପାଇଁ ସକାଳର ସୂର୍ଯ୍ୟକିରଣରେ ବୁଲାବୁଲି କରନ୍ତୁ। ଏପରି କଲେ ଶରୀରରେ ଶକ୍ତି ମିଳେ ଏବଂ ଥକ୍କାପଣ ମଧ୍ୟ ଦୂର ହୋଇଥାଏ।

 

Get real time updates directly on you device, subscribe now.