fbpx

ସମ୍ପୂର୍ଣ୍ଣ ଧ୍ୱଂସ ହେଲା ମିଆଁମାରରେ ଥିବା ରୋହିଙ୍ଗ୍ୟାଙ୍କ ଦ୍ବିତୀୟ ବୃହତ୍ତମ ସହର; ଚିନ୍ତା ପ୍ରକଟ କଲା ଜାତିସଂଘ

Advertisement

ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟରେ ରୋହିଙ୍ଗ୍ୟା ବହୁଳ ଏକ ସହରକୁ ଧ୍ୱଂସ କରାଯିବା ନେଇ ଉଦ୍ ବେଗ ପ୍ରକାଶ କରିଛନ୍ତି ଜାତିସଂଘ ମାନବାଧିକାର ମୁଖ୍ୟ । ସହର ଛାଡ଼ି ପଳାଇଲେ ରଖାଇନ୍ ରାଜ୍ୟର ବୁଥିଡୋଙ୍ଗ ସହରର ଅଧିକାଂଶ ରୋହିଙ୍ଗ୍ୟା ମୁସଲମାନ ସମ୍ପ୍ରଦାୟର ଲୋକ । ଏହା ରଖାଇନ୍ ରାଜ୍ୟର ଦ୍ୱିତୀୟ ବୃହତ୍ତମ ସହର ଅଟେ । ଜାତିସଂଘମାନବାଧିକାର ମୁଖ୍ୟ ଭୋଲକର ତୁର୍କ କହିଛନ୍ତି ଯେ ସହରର ଧ୍ୱଂସ ଏବଂ ମୁସଲମାନ ରୋହିଙ୍ଗ୍ୟାମାନଙ୍କୁ ବହିଷ୍କାର କରାଯାଇଥିବାରୁ ସେ ଗଭୀର ଚିନ୍ତିତ । ତୁର୍କ କହିଛନ୍ତି ଯେ ଏହି ସହରରେ ଥିବା ମିଆଁମାର ସେନା ୟୁନିଟ୍ ଆରାକାନ୍ ଆର୍ମିକୁ ଆତ୍ମସମର୍ପଣ କରିବା ପରେ ନିର୍ଯାତନାର ଆଶଙ୍କା ଆହୁରି ବଢ଼ିଯାଇଛି ।

ସହରର ଅଧିକାଂଶ ଅଂଶ ସମ୍ପୂର୍ଣ୍ଣ ଜଳିଯାଇଛି ଏବଂ ଏଠାରେ ରହୁଥିବା ରୋହିଙ୍ଗ୍ୟା ଲୋକମାନେ ସେମାନଙ୍କ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ବର୍ତମାନ ଆରାକାନ ସେନା ରଖାଇନ୍ ରାଜ୍ୟର ଅଧାରୁ ଅଧିକ ଅଞ୍ଚଳକୁ ନିୟନ୍ତ୍ରଣ କରୁଛି । ଆରାକାନ ସେନା ସ୍ଥାନୀୟ ମୁସଲମାନ ଜନସଂଖ୍ୟାକୁ ସୁରକ୍ଷା ଦେବ ବୋଲି କହିଥିଲା । କିନ୍ତୁ ମିଆଁମାର ସେନାରେ ସ୍ଥାନୀୟ ମୁସଲମାନ ସୈନିକଙ୍କ ନିଯୁକ୍ତି ପରେ ଉତ୍ତେଜନା ବୃଦ୍ଧି ପାଇଛି। ରଖାଇନ୍ ରାଜ୍ୟରୁ ରୋହିଙ୍ଗ୍ୟା ଲୋକମାନେ ପଳାୟନ କରିଛନ୍ତି ।

Get real time updates directly on you device, subscribe now.