UPSC Recruitment 2024: ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ମାତ୍ର ୨୫ ଟଙ୍କା ରହିଛି ଆବେଦନ ଶୁଳ୍କ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆପଣ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । UPSC ଏହାର ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପାଇଁ ନିଯୁକ୍ତି ଘୋଷଣା କରିଛି । ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟରର ୭ଟି ପଦବୀ ପୂରଣ କରିବା ପାଇଁ UPSC ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsc.gov.in/ upsconline.nic.in କୁ ଯାଇ ଆବେଦନ କରିପାରିବେ । ଅନଲାଇନ୍ ମାଧ୍ୟମରେ ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୩୦ ତାରିଖ ।

ୟୁନିୟନ ପବ୍ଲିକ ସର୍ଭିସ କମିଶନ(UPSC)ର ଅଫିସିଆଲ ନୋଟିଫିକେସନ ଅନୁଯାୟୀ ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଇଂଜିନିୟରିଂରେ ସ୍ନାତକୋତ୍ତର କିମ୍ବା ଟେକ୍ନୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ରହିବା ଆବଶ୍ୟକ । ଏହା ବ୍ୟତୀତ ମେଟାଲିଫେରସ୍‌(ଅଣ କୋଇଲା) ଖଣିରେ ସୁପରଭାଇଜର ପଦବୀରେ ମୂଳ ଖଣି କାର୍ଯ୍ୟାକଳାପରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଯେଉଁଥିରେ ସ୍ନାତକ/ମ୍ୟାନେଜମେଣ୍ଟ/ଜୁନିୟର ଟ୍ରେନି ଇଂଜିନିୟର ଅବଧି ଅନ୍ତର୍ଭୁକ୍ତ ।

ଆୟୁ ସୀମା ଏବଂ ଦରମା

ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହେବା ଉଚିତ ନୁହେଁ । OBC ପ୍ରାର୍ଥୀଙ୍କ ପାଇଁ ଆୟୁ ସୀମାରେ ୩ ବର୍ଷ, ଏସସି, ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୧୦ ବର୍ଷର ରିଲାକ୍ସେସନ୍ ରହିଛି । UPSCର ଅଫିସିଆଲ ନୋଟିଫିକେସନ ଅନୁଯାୟୀ ଏହି ପଦବୀ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁPay Matrixର Pay Level-7 ଅନୁଯାୟୀ ମାସିକ ୪୪, ୯୦୦ରୁ ୧,୪୨,୪୦୦ ଟଙ୍କା ଦରମା ପ୍ରଦାନ କରାଯିବ ।

ଆବେଦନ ଶୁଳ୍କ: ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ଆବେଦନ ଶୁଳ୍କ ମାତ୍ର ୨୫ ଟଙ୍କା ରହିଛି । ସେହିପରି ମହିଳା/ଏସସି/ଏସଟି/ବେଞ୍ଚମାର୍କ ଅକ୍ଷମତା ଥିବା ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

ଆବେଦନ ପ୍ରକ୍ରିୟା: ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଅନ୍ୟ କୌଣସି ମାଧ୍ୟମରେ ଆବେଦନ ସ୍ୱୀକାର ହେବ ନାହିଁ ।
– ପ୍ରଥମେ UPSCର ଅଫିସିଆଲ ୱେବସାଇଟ୍ upsconline.nic.in କୁ ଯାଆନ୍ତୁ ।

– ହୋମ୍ ପେଜରେ ‘Online Recruitment Application(ORA) for Various Recruitment Posts’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

– ନିଯୁକ୍ତି ସମ୍ପର୍କିତ ବିବରଣୀ ପୂରଣ କରିବା ସହ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ।

– ଶୁକ୍ଳ ଦେୟ ପରେ ଫର୍ମ ଜମା କରିବା ପାଇଁ submit ଉପରେ କ୍ଲିକ୍ କରନ୍ତୁ ।