fbpx

ସମ୍ପର୍କରେ ଦୂରତ୍ୱ ଆଣିଛି ମୋବାଇଲ, ସ୍ୱାସ୍ଥ୍ୟ ଉପରେ ପକାଉଛି ଏଭଳି ପ୍ରଭାବ

ଦିନଥିଲା ଫୋନ ତାରରେ ବନ୍ଧା ଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ଆଜିର ସମୟରେ ମଣିଷ ମୋବାଇଲ ଫୋନରେ ବନ୍ଧା ହେଇଛି । ମଣିଷର ଅଭିନ୍ନ ଅଙ୍ଗ ହୋଇଛି କହିଲେ ଭୁଲ୍ ହେବନି । ଆଜିର ସମୟରେ ମୋବାଇଲ୍ ଫୋନ୍ ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି । କଥାବାର୍ତ୍ତାଠାରୁ ଆରମ୍ଭ କରି ବିଭିନ୍ନ ଆବଶ୍ୟକତା ପୂରଣ କରିବା ପର୍ଯ୍ୟନ୍ତ ସବୁ କାମ କରିବା ପାଇଁ ମୋବାଇଲ ଫୋନ୍ ଆବଶ୍ୟକତା ହୋଇଯାଇଛି । ମୋବାଇଲ ଫୋନ ବ୍ୟବହାର କରିକି ନିଜ ହାତ ପାହାନ୍ତାରେ ତ ସାରା ଦୁନିଆ ବିଷୟରେ ଜାଣିହେଉଛି କିନ୍ତୁ ଏହାର କୁପ୍ରଭାବ ମଣିଷ ନିଜ ଶରୀର ଉପରେ ପଡୁଛି ।

ମୋବାଇଲ ଫୋନ୍ ଏତେ ମାତ୍ରାରେ ବ୍ୟବହାର କରିବା କାରଣ ଯୋଗୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି । ସବୁବେଳେ ମୋବାଇଲ ଫୋନ ବ୍ୟବହାର ଆଖି ଉପରେ କୁପ୍ରଭାବ ପଡ଼ିଥାଏ । ମଣିଷର ଆଖି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କିନ୍ତୁ ମୋବାଇଲ ବହୁଳ ବ୍ୟବହାର କରିବା କାରଣରୁ ଆଖି ନଷ୍ଟ ହେବାର ସମ୍ଭାବନା ଥାଏ । ମୋବାଇଲ ଫୋନରୁ ଆସୁଥିବା ନୀଳ ରଶ୍ମି ଆଖି ଉପରେ ପ୍ରଭାବ ପକାଇଥାଏ । ଆଖି ଉପରେ ଅଧିକ ପ୍ରଭାବ ପଡ଼ିବା ହେତୁ ମୁଣ୍ଡ ବ୍ୟଥା ମଧ୍ୟ ହୋଇଥାଏ । ମୋବାଇଲ ଫୋନ୍ ବ୍ୟବହାର ପଛର ଉଦ୍ଦେଶ୍ୟ ଥିଲା ନିଜ ଲୋକମାନଙ୍କ ପାଖରେ ସହଜରେ ଓ କମ୍ ସମୟ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିପାରିବା କିନ୍ତୁ ଆଜିର ସମୟରେ ଦେଖା ଯାଉଛି ଏହା ନିଜ ଲୋକଙ୍କ ମଧ୍ୟରେ ଦୂରତା ବଢ଼େଇ ଦେଉଛି ।

ମୋବାଇଲ ଫୋନରେ ଆସୁଥିବା ଭିଡିଓ, ଅଡିଓ, ବିଭିନ୍ନ ମନୋରଞ୍ଜନ ମୂଳକ ଜିନିଷରେ ମଜ୍ଜି ରହିବା କାରଣରୁ ପାଖରେ ଥିବା ଲୋକ ମଧ୍ୟ ଦୂରେଇ ଯାଉଛି । ଯାହା ଫଳରେ ସମସ୍ତେ ପାଖରେ ଥାଇ ମଧ୍ୟ ମଣିଷ ଏକୁଟିଆ ବୋଧ କରୁଛି । ଏପରିକି ଶୋଇବା ସମୟରେ ମଧ୍ୟ ଏହାର ବ୍ୟବହାର କାରଣରୁ ଭଲ ନିଦ ହୁଏନାହିଁ ଯାହାଫଳରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଛୋଟ ପିଲାମାନେ ଅନେକ ପ୍ରକାର ଗେମ୍ ମୋବାଇଲରେ ଖେଳୁଛନ୍ତି । ଗେମ୍ରେ ହେଉଥିବା କାଳ୍ପନିକକୁ ସେମାନେ ନିଜ ଜୀବନରେ ସତ କରିବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ କି ନିଜ ନିଜର କ୍ଷତି କରିବସୁଛନ୍ତି । ଏଥିପ୍ରତି ପିତାମାତା ସତର୍କ ହେବା ଉଚିତ୍ ।

Get real time updates directly on you device, subscribe now.