fbpx

ପନିପରିବା, ମସଲା ପରେ ଏବେ ଡାଲିର ସମୟ : ନିୟନ୍ତ୍ରଣ ବାହାରେ ଏହାର ଦର

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ପନିପରିବାର ଦର ବୃଦ୍ଧି, ପରେ ମସଲାର ଦରରେ ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମସଲା ପରେ ଡାଲିଜାତୀୟ ଶସ୍ୟର ମୂଲ୍ୟରେ ବୃଦ୍ଧି ହୋଇଛି । ପ୍ରଅୟ ଗତ ଏକ ମାସ ହେବ ଡାଲିର ମୂଲ୍ୟ ଲଗାତାର ଭାବେ ବୃଦ୍ଧି ପାଉଛି । ଏନେଇ ଖାଉଟି ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି ।

ସୂଚନା ଅନୁସାରେ, ପନିପରିବା ମସଲା ପରେ ଏବେ ଡାଲିର ଦରରେ ପ୍ରଅୟ ମାସେ ହେବ ବୃଦ୍ଧି ପାଇବାରେ ଲାଗିଛି । ହରଡ ଡାଲିର ମୂଲ୍ୟ କିଲୋ ପିଛା ୧୦୦ ରୁ ୧୨୦ଟଙ୍କାରେ ବିକ୍ରି କରାଯାଉଥିଲା । କିନ୍ତୁ ବର୍ତ୍ତମାନ ତାହାର ମୂଲ୍ୟ ବଢି ୨୦୦ ଟଙ୍କା ହୋଇଯାଇଛି । ବ୍ୟବସାୟୀ ମାନେ ଡାଲିର କଳାବଜାରୀ କରୁଥିବା ନେଇ ସନ୍ଦେହ କରୁଥିଲେ । ଏନେଇ ଡାଲିର ମୂଲ୍ୟ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରୁ ଉଦ୍ୟମ କରୁଛନ୍ତି । ଏଥି ପାଇଁ ପ୍ରଥମେ ଡାଲିର ଷ୍ଟକ୍ ଓ କଳାବଜାରୀ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିଥିଲେ। ସେହି କମିଟି ବିଭିନ୍ନ ରାଜ୍ୟରେ ଅଧିକାରୀଙ୍କ ସହ ମିଶି ଚଢଉ ମଧ୍ୟ କରିଥିଲେ। ଏହା ସତ୍ଵେ ଡାଲି ମୂଲ୍ୟ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏନେଇ କେନ୍ଦ୍ର ସରକାର ଜୁନ ୨ ତାରିଖରେ ଡାଲି ଷ୍ଟକ୍ ଧାର‌୍ୟ୍ୟ କରିଥିଲେ। ଦେଶରେ ଏହି ଷ୍ଟକ୍ ସୀମା ଜୁନ ୨ ତାରିଖରୁ ପ୍ରଭାବୀ ହୋଇଥିଲା। ଏହା ୩୧ ଅକ୍ଟୋବର ପର‌୍ୟ୍ୟନ୍ତ ଜାରି ରହିବ।

ସରକାର କହିଛନ୍ତି ଧାର୍ଯ୍ୟ ସୀମାଠାରୁ ଯଦି କେହି ଅଧିକ ଡାଲି ଷ୍ଟକ୍ ରଖିଥାନ୍ତି, ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଷ୍ଟକ୍ ଲିମିଟର ନିୟମ ପାଇକାରୀ ବିକ୍ରେତା, ରିଟେଲର୍ସ, ମିଲ୍ ମାଲିକଙ୍କ ସମେତ ଆମଦାନୀକାରୀଙ୍କ ଉପରେ ମଧ୍ୟ ଲାଗୁ ହୋଇଥିଲା । ସରକାରଙ୍କ ଆଦେଶ ଅନୁସାରେ ରିଟେଲର ୫ ଟନରୁ ଅଧିକ ଡାଲି ଷ୍ଟକ୍ କରିପାରିବେ ନାହିଁ । ସେହିପରି ପାଇକାରୀ ବ୍ୟବସାୟୀ ଓ ଆମଦାନୀକାରୀ ୨୦୦ ଟନରୁ ଅଧିକ ଡାଲି ଷ୍ଟକ୍ ରଖିବାକୁ ମନା ହୋଇଥିଲା। ଏହା ସତ୍ତ୍ୱେ ଦେଶରେ ଡାଲି ଦର ବୃଦ୍ଧି ପାଇବାରେ ଲାଗିଛି।

Get real time updates directly on you device, subscribe now.