fbpx

ଉଚ୍ଚ ରକ୍ତଚାପର ବ୍ୟକ୍ତି ଦୂରେଇ ରୁହନ୍ତୁ ୬ଟି ଜିନିଷରୁ : ନଚେତ ବିପଦର ହେବେ ସମ୍ମୁଖୀନ

ଭୁବନେଶ୍ୱର : ଆଜିକା ଜୀବନଶୌଳୀ, ଖାଦ୍ୟ ପାନୀୟ ଦ୍ୱାରା ମଣିଷ ଅନେକ ସ୍ୱାସ୍ଥ୍ୟ ଜନିତ ରୋଗରେ ପିଡିତ ହେଉଛି । କେତେକ ରୋଗ ସହଜରେ ଭଲ ହୋଇଯାଏ ଏବଂ ଆଉ କେତେକ ରୋଗ ଅଛି ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏହା ମଧ୍ୟରେ ଉଚ୍ଚ ରକ୍ତଚାପ ରୋଗ ଅନ୍ତର୍ଭୁକ୍ତ । ଉଚ୍ଚ ରକ୍ତଚାପ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ କୌଣସି ସ୍ଥାୟୀ ଉପଚାର ନାହିଁ । କିନ୍ତୁ ଏହାକୁ ଔଷଧ ଏବଂ କିଛି ଘରୋଇ ଉପଚାରରେ  ନିୟନ୍ତ୍ରଣ କରାଯାଇ ପାରିବ । ୧୨୦/୮୦କୁ ନର୍ମାଲ ମନେ କରାଯାଏ, କିନ୍ତୁ ୧୩୦/୯୦ ରହିଲେ କୌଣସି ଚିନ୍ତାର ବିଷୟ ନାହିଁ । ଏହାଠାରୁ ଅଧିକ ଚାପ ରହିଲେ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଏ । ଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ । ଯଦି ସମୟ ଥାଉଣୁ ଏହାର ସଠିକ ଚିକିତ୍ସା ନକରାଯାଏ । ତେବେ ଏହାର ପ୍ରଭାବ ସିଧାସଳଖ ହାର୍ଟ ଉପରେ ପଡିବ । ଏଥିଯୋଗୁଁ ଏଭଳି ରୋଗିଙ୍କୁ ନିଜର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ଖାସ କରି ଏହି ୬ଟି ଜିନିଷରୁ ଦୂରେଇ ରହିବା ଅତ୍ୟନ୍ତ ଆବଶ୍ୟକ ।

ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଖଆନ୍ତୁ ନାହିଁ ଏହି ଜିନିଷ :

କଫି : ଉଚ୍ଚ ରକ୍ତଚାପ ଥିବା ରୋଗିଙ୍କ ପାଇଁ ଏହା ଜରୁରୀର ଯେ ସେମାନେ ସବୁ ବେଳେ କଫି ଠାରୁଦୂରେଇ ରୁହନ୍ତୁ । ସେମାନଙ୍କ ପାଇଁ କଫି ଏବଂ ସୋଡା ଭଳି ଜିନିଷ କ୍ଷତିକାରକ ହୋଇପାରେ । ଚା’ ଠାରୁ ମଧ୍ୟ ଦୂରେଇ ରହିଲେ ଅତ୍ୟନ୍ତ ଲାଭ ମିଳିବ ।

ମସଲା : ଅଧିକ ମସଲା ଯୁକ୍ତ ଖାଦ୍ୟ ଏହି ରୋଗିଙ୍କ ପାଇଁ କ୍ଷତିକାରକ ହୋଇପାରେ । ଖାଇବାରେ ବ୍ୟବହୃତ ହେଉଥିବା ମସଲା ଏହି ଭଳି ବ୍ୟକ୍ତିଙ୍କ ସମସ୍ୟାକୁ ବଢାଇଥାଏ । ଏହାକୁ ଧ୍ୟାନରେ ରଖି କମ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ମିଠା / ଚିନି : ଏଭଳି ବ୍ୟକ୍ତିଙ୍କୁ ମିଠା ଜାତୀୟ ଜିନିଷ ଠାରୁଦୂରେଇ ରୁହନ୍ତୁ । ଅଧିକ ମିଠା ଖାଇବା ଦ୍ୱାରା ମୋଟାପଣ ବଢିଥାଏ । ଯାହା ଏଚ୍ଚ ରକ୍ତଚାପ ବ୍ୟକ୍ତିଙ୍କ ପାଇଁ କ୍ଷତି କାରକ ଅଟେ ।

ଲୁଣ : ଉଚ୍ଚ ରକ୍ତଚାପ ଥିବା ରୋଗି ଅଧିକ ଲୁଣ ଖାଇବାର ଅର୍ଥ ବିଷକୁ ଖାଇବା । ଅଧିକ ଲୁଣ ଖାଇବା ଉଚ୍ଚ ରକ୍ତଚାପ ଏବଂ ହାର୍ଟ ସହ ଜଡିତ ସମସ୍ୟାର କାରଣ ହୋଇପାରେ ।

ଆଚାର : କୌଣସି ଖାଦ୍ୟକୁ ସଂରକ୍ଷଣ କରି ରଖିବା ପାଇଁ ଲୁଣ ଆବଶ୍ୟକ । ଲୁଣ ଖାଦ୍ୟକୁ ଶୀଘ୍ର ପଚିବାରୁ ଦୂରେଇ ରଖିଥାଏ । ଲୁଣ ସଂରକ୍ଷଣ ଖାଦ୍ୟ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ବ୍ୟକ୍ତିଙ୍କ ପାଇଁ ସମସ୍ୟା ଉପୁଜିଥାଏ । ଏହି ଖାଦ୍ୟରେ ଆଚାର ପ୍ରଥମେ ଆସେ । ତେଣୁ ଏହା ଠାରୁ ଦୂରେଇ ରୁହନ୍ତୁ ।

ପ୍ୟାକେଟ ଫୁଡ : ଉଚ୍ଚ ରକ୍ତଚାପର ବ୍ୟକ୍ତି ପ୍ୟାକେଟ ଫୁଡ ଠାରୁ ଦୂରେଇ ରହିବା ଭଲ ଅଟେ । ପ୍ୟାକ କରାଯାଇଥିବା ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ଥାଏ । ସୋଡିୟମ ଉଚ୍ଚ ରକ୍ତଚାପର ଏକ ବଡ଼ କାରଣ ଅଟେ ।

Get real time updates directly on you device, subscribe now.