fbpx

ଏକ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖିପାରିବେ କ୍ଷୀର, ଜାଣନ୍ତୁ ଫ୍ରିଜରେ କେଉଁଠି କ୍ଷୀର ଷ୍ଟୋର କଲେ ଏହା ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେସ୍ ରହିବ

ଆମେ କ୍ଷୀର ନଷ୍ଟ ନ ହେବା ପାଇଁ ଫ୍ରିଜରେ ସାଇତି ରଖିଥାଉ । କିନ୍ତୁ ଫ୍ରିଜରେ ଯେକୌଣସି ସ୍ଥାନରେ କ୍ଷୀରକୁ ରଖିଦେଲେ ଏହା ସୁରକ୍ଷିତ ରହେ ନାହିଁ । ଫ୍ରିଜରେ ବିଭିନ୍ନ ଥାକ ଭିନ୍ନ ଭିନ୍ନ ଖାଦ୍ୟପଦାର୍ଥ ଲାଗି ଡିଜାଇନ୍ କରାଯାଇଛି । ତେଣୁ ଯେଉଁ ଜିନିଷ ପାଇଁ ଯେଉଁ ଥାକ ଡିଜାଇନ କରାଯାଇଛି ସେଥିରେ ସେହି ଜିନିଷ ନ ରଖିବା ଦ୍ୱାରା ଏହା ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହି ପାରି ନ ଥାଏ ।
କ୍ଷୀର ଲାଗି ମଧ୍ୟ ଫ୍ରିଜ୍ ରେ ଏକ ସ୍ୱତନ୍ତ୍ର ଥାକ ରହିଛି ଯେଉଁଠାରେ ଏହାକୁ ଷ୍ଟୋର କରି ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଇପାରିବ । ଆପଣ ଯଦି ଅନ୍ୟମାନଙ୍କ ପରି କ୍ଷୀରକୁ ଫ୍ରିଜର କେଉଁଠି ନା କେଉଁଠି ରଖି ଦେଉଛନ୍ତି ତେବେ ନିମ୍ନୋକ୍ତ ଟିପ୍ସ ଆପଣଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହେବ ।
କ୍ଷୀରକୁ କେତେଦିନ ପର୍ଯ୍ୟନ୍ତ ଷ୍ଟୋର କରିପାରିବେ?
ଆମେରିକା ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ଅନୁସାରେ କ୍ଷୀରକୁ ଫ୍ରିଜରେ ଏକ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇପାରିବ । କିନ୍ତୁ ରୁମ୍ ତାପମାତ୍ରାରେ କ୍ଷୀରକୁ ଷ୍ଟୋର କରି ରଖିବା ଦ୍ୱାରା ଏହାକୁ କେବଳ ୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇପାରେ । କିନ୍ତୁ ଖରାଦିନେ ଏହାକୁ ଆପଣ ରୁମ୍ ତାପମାତ୍ରାରେ ମାତ୍ର ୧ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ ।
ଫ୍ରିଜରେ କିପରି ଷ୍ଟୋର କରିବେ?
ଯଦି କ୍ଷୀରକୁ ଆପଣ ଦୀର୍ଘ ସମୟ ଧରି ଫ୍ରେଶ ରଖିବାକୁ ଚାହୁଁଛନ୍ତି ତେବେ ଏହାକୁ ଫ୍ରିଜରେ ସଠିକ୍ ସ୍ଥାନରେ ରଖନ୍ତୁ । ଫ୍ରିଜରେ ଯେଉଁ ସ୍ଥାନରେ ତାପମାତ୍ରା ୩୨ ଡିଗ୍ରୀ ଫାରେନହାଇଟରୁ ୩୯.୨ ଡିଗ୍ରୀ ଫାରେନହାଇଟ୍ ସେହିଠାରେ କ୍ଷୀରକୁ ଷ୍ଟୋର କରି ରଖନ୍ତୁ । ଏହା ବ୍ୟତିତ ଆପଣ ସର୍ବଦା କ୍ଷୀରକୁ ଏୟାରଟାଇଟ୍ ବୋତଲରେ ରଖି ଫ୍ରିଜର ସବୁଠାରୁ ଥଣ୍ଡା ସ୍ଥାନ ସେହିଠାରେ ଷ୍ଟୋର କରନ୍ତୁ ।
କେଉଁଠାରେ କ୍ଷୀର ରଖିବେ ନାହିଁ:
ବହୁ ଲୋକ କ୍ଷୀରକୁ ଫ୍ରିଜର ଦ୍ୱାର ପାଖ ସାଇଡ୍ରେ ରଖି ଦିଅନ୍ତି । କିନ୍ତୁ ଏହା କ୍ଷୀର ରଖିବାର ସବୁଠାରୁ ଭୁଲ୍ ସ୍ଥାନ । ଏହି ସ୍ଥାନରେ ତାପମାତ୍ରା ଗରମ ରହିଥାଏ ଓ ତାପମାତ୍ରା ବାରମ୍ବାର କମ୍ ବେଶୀ ହୋଇଥାଏ ।

Get real time updates directly on you device, subscribe now.