fbpx

ଟ୍ରାକ୍ଟର ଓ ଡମ୍ପର ମଧ୍ୟରେ ଭୟଙ୍କର ଟକ୍କର: ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨୧ ଜଣ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବା ତାହା କେହି ବି କହିପାରିବେ ନାହିଁ । ତେବେ ଗୋବର୍ଦ୍ଧନ କରିକ୍ରମା କରିବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଚାଲିଯାଇଛି ଅନେକ ଶ୍ରଦ୍ଧାଳୁଙ୍କ ଜୀବନ । ଏଥିସହିତ ଅନେକ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ ଟ୍ରାକ୍ଟର ଓ ଡମ୍ପର ମଧ୍ୟରେ ଟକ୍କର ହେବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି ।

ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ସହପଊ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରାକ୍ଟର ଓ ଡମ୍ପର ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କର ଜୀବନ ଚାଲିଯାଇଛି । ଏଥିସହିତ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ମୃତକମାନେ ଟ୍ରାକ୍ଟରେ ବସିଥିବା ବେଳେ ସେମାନେ ଜଳେସରରୁ ଗୋବର୍ଦ୍ଧନ ପରିକ୍ରମା କରିବାକୁ ଯାଉଥିଲେ । ପାଖାପାଖି ଦୁଇ ଡଜନରୁ ଅଧିକ ଯାତ୍ରୀ ଡମ୍ପରରେ ଯାତ୍ରା କରୁଥିଲେ । ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲ ତଥା ସାଦାବାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଶ୍ରଦ୍ଧାଳୁମାନେ ଗୋବର୍ଦ୍ଧନରେ ପରିକ୍ରମା କରିବାକୁ ଯାଉଥିବା ସମୟରେ ସାଦାବାଦ ରୋଡ଼ରେ ଏହି ଅଘଟଣ ଘଟିଥିଲା । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କୁ ଆଗ୍ରା ଓ ଆଲିଗଡ଼କୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ମୃତ ବ୍ୟକ୍ତିମାନେ ନିଜର ସମ୍ପର୍କୀୟ ବୋଲି କୁହାଯାଉଛି । ଦୁର୍ଘଟଣା ଖବର ମିଳିବା ପରେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଏକ ପୋଲିସ ଟିମ୍ ପହଞ୍ଚିବା ସହିତ ଆହତଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

Get real time updates directly on you device, subscribe now.