fbpx

NHର ଲୋକାର୍ପଣ କଲେ ନବୀନ-ଶାହା : ଓଡ଼ିଶା ସରକାରଙ୍କୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଲୋକସଭାଭବନରେ ପହଞ୍ଚି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମାକ୍ଷାନଗର-ଡୁବୁରୀ ୪ ଲେନ ଏନଏଚର ଲୋକାର୍ପଣ କରିଛନ୍ତି । ଏହା ବ୍ୟତୀତ ମୋଟେର-ବାନେର ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁହମନ୍ତ୍ରୀ ଅମିତ ଶାହା କହିଛନ୍ତି, ‘ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି। ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସାରା ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।’ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ‘ଦେଶର ବିକାଶ, ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ । ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ରାଜମାର୍ଗ ପାଇଁ ବହୁ କାର୍ଯ୍ୟ କରିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ମୋଦିଙ୍କ ସରକାର ବହୁ କାର୍ଯ୍ୟ କରିଛନ୍ତି । ବିଗତ ୯ ବର୍ଷ ଭିତରେ ନକ୍ସଲ ବିବାଦକୁ ପୂରା ନିୟନ୍ତ୍ରଣ କରାଯାଇଛି। ନକ୍ସଲ ଗତିବିଧି କମିଛି, ଏଥିପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି।’ ନକ୍ସଲଙ୍କ, ଦମନ ଓ ବିପର୍ଯ୍ୟୟ ପରିଚାଳନା ସ୍ଥିତିର ସମୀକ୍ଷା କରିବେ ଅମିତ ଶାହ । ଏହା ସହ ଦଳୀୟ କାର୍ଯ୍ୟାଳୟରେ ନୂଆ ପଦାଧିକାରୀ, କୋର ଟିମ ସଦସ୍ୟ ମାନଙ୍କ ସହ ଆଲୋଚମା ମଧ୍ୟ କରିବେ ।

ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏୟାରପୋର୍ଟରେ ପାରମ୍ପରିକ ବାଦ୍ୟ ଓ ନାଚଗୀତ କରି ଏକାଠି ହୋଇଥିଲେ ଦଳୀୟ କର୍ମୀ ଓ ପ୍ରଶଂସକ ।

Get real time updates directly on you device, subscribe now.