fbpx

ଭାରତରେ ସବୁଠାରୁ ବଡ ଘୋଟାଲାର କାହାଣୀ “ସ୍କାମ ୨୦୨୩’, କ’ଣ ରହିଛି କାହାଣୀ ଓ କେବେ ରିଲିଜ ହେବ ଶୋ’ ଆସନ୍ତୁ ଜାଣିନେବା

ମୁମ୍ବାଇ:ସୋନି ଲିଭ୍ ଶୋ’ “ସ୍କାମ୍ ୧୯୯୨’ ଭାରତର ସବୁଠାରୁ ପପୁଲାର ଓଟିଟି ଶୋ’ ଭାବରେ ପରିଚିତ । ପ୍ରତୀକ ଗାନ୍ଧୀ ହର୍ଷଦ ମେହେଟ୍ଟାଙ୍କ ଭୂମିକାରେ ଏପରି ଅଭିନୟ କରିଥିଲେ ସମସ୍ତେ ତାଙ୍କ ଅଭିନୟକୁ ବାହାବା କରିଥିଲେ । “ସ୍କାମ୍ ୧୯୯୨’ ର ଦମଦାର ସ୍କ୍ରିନ ପ୍ଲେ, ଅଭିନେତାଙ୍କ ଦକ୍ଷ ଅଭିନୟ ଓ ଦେଶକୁ ସ୍ତବ୍ଧ କରିଦେବା ଭଳି ଘୋଟାଲାର କାହାଣୀ ସମସ୍ତଙ୍କ ନିକଟରେ ବେଶ୍ ଆଦୃତ ହୋଇଥିଲା ।

୨୦୨୦ ଆସିଥିବା ଏହି ଶୋର ଟାଇଟେଲ ଟ୍ରାକ ଏପରି ଭାଇଇରାଲ୍ ହୋଇଥିଲା ଯେ,ଲୋକମାନେ ଏହାକୁ ନିଜ ଫୋନର ରିଙ୍ଗଟୋନ କରିଥିଲେ । ଏହି ଲୋକପ୍ରିୟ ଶୋ’ର ନିର୍ଦ୍ଦେଶକ ହଂସଲ ମେହେଟ୍ଟା ବହୁ ପୂର୍ବରୁ କହିଥିଲେ ଯେ, ଦର୍ଶକଙ୍କ ଲାଗି ସେ ଖୁବ ଶୀଘ୍ର ଏହି ସ୍କାମର ସିକେô୍ଲ ଆଣିକରି ଆସୁଛନ୍ତି । ସେବେଠାରୁ ଦର୍ଶକ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରି ରହିଥିଲେ । ପୂର୍ବ ପରି ଏଥର ହଂସଲ ନିଜ ର ନୂଆ ସିରିଜର ଟାଇଟେଲ “ସ୍କାମ ୨୦୨୩’ ବୋଲି ଘୋଷଣା କରିଛନ୍ତି । ଖୁବ୍ ଶୀଘ୍ର ଏହି ଶୋ’ ଆପଣଙ୍କ ସ୍କ୍ରିନରେ ଆସିବାକୁ ଯାଉଛି । ନିର୍ମାତା ଏବେ “ସ୍କାମ ୨୦୨୩’ ର ଟିଜର ସେୟାର କରିଛନ୍ତି ଯାହା ବହୁତ ଦମଦାର ରହିଛି ।

“ସ୍କାମ ୨୦୨୩’ ଦେଶରେ ହୋଇଥିବା ସବୁଠାରୁ ବଡ ଘୋଟାଲାର କାହାଣୀ ଉପରେ ଆଧାରିତ । ଟିଜରରେ କୁହାଯାଇଛି ଯେ, ଏହି ଘୋଟାଲା ଏତେବଡ ଥିଲା ଯେ, ଗଣିତଜ୍ଞଙ୍କୁ ଦେଶରେ (୦) କମ୍ ପଡି ଯାଇଥିଲା । ଶୋ’ରେ ଏହାକୁ ୩୦ ହଜାର କୋଟିର ଘୋଟାଲା ବୋଲି କୁହାଯାଇଛି । ଏହି ରିୟଲ ଲାଇଫ୍ ସ୍କାମରେ ବହୁ ସରକାରୀ କର୍ମଚାରୀ ଓ ପୋଲିସ ଅଫିସରଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ।
ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରିମ ତେଲଗୀ ଥିଲା ଯାହାକୁ ୩୦ ବର୍ଷର ଆଜୀବନ କାରାଦଣ୍ଡ ମିଳିଥିଲା । “ସ୍କାମ ୨୦୨୩’ ଟିଜରରେ କାହାଣୀର ମୁକ୍ୟ ଚରିତ୍ର ସରକାରୀ କାର୍ଯ୍ୟାଳୟକୁ ଯା’ଆସ କରିବା ଓ ନେତାଙ୍କ ସହ ମିଳାମିଶା କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଟିଜରରେ ତେଲଗୀର ଚେହେରାକୁ ରିଭିଲ କରାଯାଇ ନାହିଁ ।

“ସ୍କାମ ୨୦୨୩’ ର ଥିମ୍ ମ୍ୟୁଜିକ ପୂର୍ବ ଶୋ ପରି ରହିଛି ଯାହା ଶ୍ରୋତାଙ୍କୁ ବେଶ୍ ପସନ୍ଦ ଆସିଛି । ଟିଜରରେ ତେଲଗୀ ଚରିତ୍ରର ଏକ ଡାଇଲଗ୍ ଏପରି ରହିଛି, ଲାଇଫରେ ଆଗକୁ ବଢିବାକୁ ହେଲେ ଡେୟାରିଂ ତ ହେବାକୁ ପଡିବ ନା ଡାର୍ଲିଂ । ଏହିି ଡାଇଲଗ୍ ଦର୍ଶକଙ୍କୁ ପୂର୍ବ ଶୋର ପପୁଲାର ଡାଇଲଗ୍ ଇସ୍କ ହୈ ତୋ ରିସ୍କ ହୈ’ର ସ୍ମରଣ କରାଇ ଦେଇଛି । ସ୍କାମ ୧୯୯୨ କୁ ହଂସଲ ମେହେଟ୍ଟା ନିଜେ ନିର୍ଦ୍ଦେଶନା ଦେଇଥିବା ବେଳେ “ସ୍କାମ ୨୦୨୩’ ରେ ସେ ଶୋ’ ରନର ଅଛନ୍ତି ଏବଂ ଶୋ’ର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ହୀରାନନ୍ଦାନୀ । “ସ୍କାମ ୨୦୨୩’ ର କାହାଣୀକୁ ସାମ୍ବାଦିକ ସଂଜୟ ସିଂହଙ୍କ ପୁସ୍ତକ “ରିପୋର୍ଟର କି ଡାଏରୀ’ ରୁ ଉଦ୍ଧାର କରାଯାଇଛି । ୧ ସେପ୍ଟେମ୍ବରରେ “ସ୍କାମ ୨୦୨୩’ ସୋନି ଲିଭ୍ରେ ରିଲିଜ୍ ହେବ ।

Get real time updates directly on you device, subscribe now.