fbpx

(video)ଦୋକାନରେ ମିଳୁଛି ପୁଷ୍ଟିକାରକ ଝାଡୁ, ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସଙ୍କ ମନରେ ଅନେକ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: କଥାଟି ଆପଣଙ୍କର ସହଜରେ ହଜମ ହେବ ନାହିଁ । ଏହାକୁ ଆପଣ ଏକ ମନଗଢା କଥା ବୋଲି ଭାବିବେ । ସୋସିଆଲ ମିଡିଆରେ ଏବେ କିନ୍ତୁ ଏପରି ଏକ ଜିନିଷ ଭାଇରାଲ ହେବାରେ ଲାଗିଛି ଯାହା ଦେଖି ଆପଣ ନ ହସି ରହିପାରିବେ ନାହିଁ । ଆମେ ଯେତେବେଳେ କୌଣସି ଖାଦ୍ୟପଦାର୍ଥ ସାମଗ୍ରୀ କିଣିଥାଉ ସେତେବେଳେ ଏହା ଉପରେ ଲେଖାଯାଇଥିବା ଫ୍ୟାଟ୍, କ୍ୟାଲୋରୀ ପ୍ରୋଟିନ ଇତ୍ୟାଦି ଚେକ୍ କରିଥାଉ । କିନ୍ତୁ ଏସବୁ ଖାଦ୍ୟପଦାର୍ଥ ଉପରେ ହିଁ ଲେଖାଯାଇଥାଏ । କିନ୍ତୁ କୌଣସି ଝାଡୁ ଉପରେ ଏସବୁ ଲେଖାଯିବା ପଛରେ ଉଦ୍ଦେଶ୍ୟ କ’ଣ ରହିଛି । ଭାଇରାଲ୍ ଫଟୋ ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୋସିଆଲ ମିଡିଆରେ ଏବେ ଏକ ଦୋକାନରେ ରଖାଯାଇଥିବା ଝାଡୁର ଫଟୋ ବେଶ୍ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଏହାର ପ୍ୟାକେଟ୍ ଉପରେ ପୁରା କ୍ୟାଲୋରୀ ଚାର୍ଟ ରହିଛି । ଏଥିରେ କୋଲେଷ୍ଟ୍ରଲ, ସୋଡିୟମ ଓ ଫ୍ୟାଟ ସବୁକିଛି ଲେଖାଯାଇଛି । ଏହାକୁ ସେୟାର କରି ଜଣେ ୟୁଜର୍ସ ଏହିପରି କିଛି ମଜାଦାର କ୍ୟାପସନ ଲେଖିଛନ୍ତି, ” ଏହି ଝାଡୁରେ କ୍ୟାଲୋରୀ ଚାର୍ଟ ରହିଛି, କେବେ ଆପଣଙ୍କର ଖାଇବାକୁ ମନ ହେଲେ…’ ।

ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ଏହା ଉପରେ ମଜାଦାର କମେଣ୍ଟ କରିବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଝାଡୁର ଏହି ପୁଷ୍ଟିକାରକ ଗୁଣ ବିଷୟରେ ଆମେ ଆଗରୁ ଜାଣି ନ ଥିଲୁ । ଏହି ପୋଷ୍ଟକୁ ୩୨ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ଏହା ଉପରେ ଢେର ସାରା ପ୍ରତିକ୍ରିୟା ମିଳିଛି ।

Get real time updates directly on you device, subscribe now.