fbpx

ଏକ ଫୁଲ ପ୍ଲେଟରେ ଖାଦ୍ୟ ଅଧିକ ନା ଦୁଇ ହାପ୍ ପ୍ଲେଟରେ ଖାଦ୍ୟ ଅଧିକ ? କେମିତି ପାଇବେ ପ୍ରଶ୍ନର ଉତ୍ତର ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଯେତେବେଳେ ଆପଣ ବାହାରକୁ ଖାଦ୍ୟ ଖାଇବାକୁ ଯାଇଥାନ୍ତି କିମ୍ବା ଅନଲାଇନରେ ଖାଦ୍ୟ ଅର୍ଡର କରିଥାନ୍ତି ସେତେବେଳେ ଆପଣଙ୍କ ମନରେ ବଡ ପ୍ରଶ୍ନ ଉଠିଥାଏ ଯେ, ଏକ ଫୁଲ ପ୍ଲେଟ୍ ଅର୍ଡର କରିବେ କି ଦୁଇ ହାପ୍ ପ୍ଲେଟ ଅର୍ଡର କରିବେ ? ବହୁ ଲୋକ ଭାବନ୍ତି ଦୁଇ ହାପ୍ ପ୍ଲେଟ୍ରେ ଅଧିକ ଖାଦ୍ୟ ମିଳିଥାଏ । କିନ୍ତୁ କିଛି ଲୋକ ଭାବନ୍ତି ନା ଏପରି କିଛି ହୋଇ ନ ଥାଏ । କାରଣ ଯେତେବେଳେ ଦାମ୍ ସମାନ ସେତେବେଳେ ଉଭୟରେ ପରିମାଣ ବି ସମାନ ରହିବ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା ଲାଗି କେହି ବି ଏ ପର୍ଯ୍ୟନ୍ତ ହୋଟେଲ କିମ୍ବା ରେଷ୍ଟୁରାଣ୍ଟବାଲାଙ୍କ ଠାରୁ କନଫର୍ମ ବି ହୋଇନାହିଁ । ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର ।

ଏହି ସମ୍ବନ୍ଧରେ ପ୍ରୟାଗରାଜସ୍ଥିତ ଶ୍ରୀରାମ ଭୋଗ ନାମକ ହୋଟେଲ ଓ ରେଷ୍ଟୁରାଣ୍ଟର ମାଲିକ ଅନିମେଷ କୁମାର ଗୁପ୍ତା କହିଛନ୍ତି, କୌଣସି ସନ୍ଦେହ ନାହିଁ ଯେ, ଦୁଇ ହାପ୍ ପ୍ଲେଟ୍ରେ ଏକ ଫୁଲ୍ ଫ୍ଲେଟ ଅପେକ୍ଷା ଅଧିକ ଖାଦ୍ୟ ଆସିଥାଏ । କିନ୍ତୁ କୌଣସି ଜିନିଷ ସଂଖ୍ୟା କିମ୍ବା କିଲୋ ଭାବରେ ଓଜନ କରାଯାଇ ମିଳୁଥିଲେ ଏଥିରେ ପରିମାଣ ସମାନ ରହିଥାଏ । ଯେପରିକି ମିଠା ଆପଣ ଗୋଟିଏ କିଲୋ ନିଅନ୍ତୁ କିମ୍ବା ଅଧା ଅଧା କିଲୋର ଡବା । ଦୁଇଟିରେ ପରିମାଣ ସମାନ ହିଁ ରହିବ । କିନ୍ତୁ ଯେତେବେଳେ ଆପଣ ତରକାରୀ, ଡାଲି, ରାଜମା, ବିରିୟାନୀ ଇତ୍ୟାଦି ନେବେ ସେତେବେଳେ ଗୋଟିଏ ପ୍ଲେଟ ଅପେକ୍ଷା ଦୁଇ ହାପ୍ ପ୍ଲେଟରେ ଅଧିକ ଖାଦ୍ୟ ରହିବ ।

କିନ୍ତୁ ଅନଲାଇନ ଫୁଡ୍ ଡେଲିଭରୀ ଆପ୍ ରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଥିଲା । ଏଠାରେ ଏକ ଫୁଲ ପ୍ଲେଟ୍ ତରକାରୀର ଦାମ୍ ୨୦୦ ଟଙ୍କା ହୋଇଥିବା ବେଳେ ଗୋଟିଏ ହାପ ପ୍ଲେଟର ଦାମ୍ ୧୧୦ ଟଙ୍କା । ଏହି ହିସାବରେ ଦୁଇ ହାପ୍ ପ୍ଲେଟ ମଗାଇଲେ ଆମକୁ ୨୨୦ ଟଙ୍କା ଦେବାକୁ ପଡିବ । ଅନ୍ୟପକ୍ଷରେ ଫୁଲ୍ ପ୍ଲେଟ୍ ୨୦୦ ଟଙ୍କାରେ ମିଳିଯିବ । ଅର୍ଥାତ୍ ଏଠାରେ ପରିମାଣ ଅଧିକ ମିଳିଲେ ବି ପଇସା ଅଧିକ ଦେବାକୁ ପଡିଥାଏ । ଅନ୍ୟପକ୍ଷରେ ଅଫଲାଇନରେ ସ୍ଥିତି ଅଲଗା ।

 

Get real time updates directly on you device, subscribe now.