fbpx

ଚଳିତ ବର୍ଷ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିରେ ନିଯୁକ୍ତ ପାଇବେ ୧.୫ ଲକ୍ଷ କମ୍ ନୂତନ କର୍ମଚାରୀ, ଜାଣନ୍ତୁ କାରଣ ?

ନୂଆଦିଲ୍ଲୀ: ବିଶ୍ୱର ଅନେକ ଆଇଟି କମ୍ପାନୀ ସେମାନଙ୍କର କର୍ମଚାରୀ ଛଟେଇ କରୁଥିବା ବେଳେ ଏହାର ପ୍ରଭାବ ଭାରତୀୟ ଆଇଟି ବଜାର ଉପରେ ମଧ୍ୟ ପଡ଼ିଛି । ଯାହା ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ଆଇଟି କ୍ଷେତ୍ରରେ ନୂଆ ନିଯୁକ୍ତି ହ୍ରାସ ପାଇବାର ସମ୍ବାବନା ସୃଷ୍ଟି ହୋଇଛି । ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଗୁଡ଼ିକରେ ବାର୍ଷିକ ଆଧାରରେ ଚଳିତ ବର୍ଷ ୪୦% କମ୍ ନୂଆ ନିଯୁକ୍ତି କରିପାରନ୍ତି । ଆର୍ଥିକ ବର୍ଷ ୨୦୨୪ରେ ଭାରତର ବଡ଼ ଆଇଟି କମ୍ପାନୀମାନେ ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ପାରନ୍ତି ବୋଲି ରିପୋର୍ଟ କରିଛି ଇକୋନୋମିକ୍ ଟାଇମ୍ସ ।

ଗତବର୍ଷ ଭାରତୀୟ ଆଇଟି କମ୍ପାନୀ ଗୁଡ଼ିକ ୨,୫୦,୦୦୦ କର୍ମଚାରୀ ନିଯୁକ୍ତ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ଅଧା ହ୍ରାସ ପାଇପାରେ। ନିଯୁକ୍ତି କ୍ଷେତ୍ରରେ ଏହି ବଡ଼ ହ୍ରାସ ଆଇଟି ଇଣ୍ଡଷ୍ଟ୍ରୀରେ ମାନ୍ଦାବସ୍ଥାକୁ ସୂଚାଉଛି। ନୂତନ ନିଯୁକ୍ତି ପ୍ରକ୍ରୀୟାରେ ହ୍ରାସ କେବଳ ଭାରତୀୟ କମ୍ପାନୀରେ ଦେଖିବାକୁ ମିଳିନାହିଁ । ବିଶ୍ୱର ଅନ୍ୟ ବଡ଼ କମ୍ପାନୀମାନେ ମଧ୍ୟ ଭାରତରେ ପ୍ରତ୍ୟେକ ୫ ହଜାର ପର୍ଯ୍ୟନ୍ତ କମ୍ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ନିକଟ ଅତିତରେ ଭଳି କମ୍ପାନୀମାନେ ନୂତନ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାକୁ ହ୍ରାସ କରିଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ଆଇଟି ସେକ୍ଟର ଦ୍ୱାରା ମୋଟ ନିଯୁକ୍ତିରେ ୪୦% ହ୍ରାସ ହେବାର ଆଶା କରାଯାଉଥିବାରୁ କମ୍ପାନୀଗୁଡିକ ଆବଶ୍ୟକ କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତେବେ ଟିମ୍ ଲିଜ୍ ଡିଜିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ସି କହିଛନ୍ତି ଯେ ‘ବର୍ତ୍ତମାନ ନୂତନ ନିଯୁକ୍ତିର ଆବଶ୍ୟକତା ହ୍ରାସ ପାଇଛି ଯାହା ପୂର୍ବ ବର୍ଷ ତୁଳନାରେ ଅଗଷ୍ଟ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ।’ ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକା ଏବଂ ୟୁରୋପରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ପ୍ରଭାବରେ ଭାତୀୟ ଆଇଟି କମ୍ପାନୀ ଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଯାହା ଦ୍ୱାରା ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ନୂତନ ନିଯୁକ୍ତି ହ୍ରାସ ପାଇଛି ।

ତେବେ ନିଯୁକ୍ତି ପ୍ରକ୍ରିୟା ହ୍ରାସକୁ ନେଇ ପ୍ରୋ ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚ୍‌ଆରଓ) ସୌରଭ ଗୋଭୀଲ କହିଛନ୍ତି ଯେ, କମ୍ପାନୀ ଏହାର ପ୍ରଥମ ତ୍ରୈମାସରେ କୌଣସି ନୂତନ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିନାହିଁ । କିନ୍ତୁ ବର୍ତ୍ତମାନ ମଧ୍ୟ କମ୍ପାନୀ ଏହାର ଆବଶ୍ୟକକୁ ଦୃଷ୍ଟିରେ ରଖି କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରେ ବୋଲି ସେ କହିଛନ୍ତି । ସେହିଭଳି ଇନଫୋସିସଫ୍ ସିଇଓ ଏବଂ ଏମ୍‌ଡି ସଲିଲ୍ ପ୍ରକାଶ କହିଛନ୍ତି ଯେ, କମ୍ପାନୀର ଆବଶ୍ୟକତାକୁ ଦୃଷ୍ଟରେ ରଖି ଆମେ ଆଗାମୀ ବର୍ଷ ପାଇଁ ନିଯୁକ୍ତି ଦେବୁ ।

 

Get real time updates directly on you device, subscribe now.