fbpx

‘ବିରୋଧୀଙ୍କୁ ଗୋପନ ବରଦାନ ମିଳିଛି, ସେମାନେ ଯେଉଁମାନଙ୍କର ଅମଙ୍ଗଳ ଚାହୁଁଛନ୍ତି, ସେମାନଙ୍କର ମଙ୍ଗଳ ହେଉଛି’: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସଂସଦର ମୌସୁମି ଅଧିବେଶନର ଶେଷ ସପ୍ତାହରେ ଅନାସ୍ଥା ପ୍ରସ୍ତାବ ଉପରେ ଜୋରଦାର ଆଲୋଚନା ଚାଲିଛି । ବିରୋଧୀ ଦଳ ମାନଙ୍କର ଇଣ୍ଡିଆ ଗୋଷ୍ଠି ପକ୍ଷରୁ ଆଗତ ହୋଇଥିବା ଅନସ୍ତା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ତାଙ୍କର ପ୍ରତି ଜବାବ ରଖିଛନ୍ତି ।

ଏହି ଅବସରରେ ସେ ବିରୋଧିଙ୍କ କଟାକ୍ଷ କରି କହିଥିଲେ କି ମୁଁ ୨୦୧୮ରେ କହିଥିଲି ୨୦୨୩ରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବେ, ଏହା ସତ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧିଙ୍କୁ ଏକ ଗୋପନ ବରଦାନ ମିଳିଛି। ସେମାନେ ଯେଉଁମାନଙ୍କର ଅମଙ୍ଗଳ ଚାହୁଁଛନ୍ତି, ସେମାନଙ୍କର ମଙ୍ଗଳ ହେଉଛି । ଏବେ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ଆମେ ୨୦୨୪ରେ ପୁଣି କ୍ଷମତାକୁ ପେରିବୁ । ଆଉ ୨୦୨୮ରେ ବିରୋଧୀମାନେ ଅନସ୍ଥା ପ୍ରସ୍ତାବ ଆଣିବେ । କାରଣ ବିରୋଧିଙ୍କ ମନରେ ଅବିଶ୍ୱାସ ଭରି ରହିଛି ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସାଙ୍ଗମାନେ ଦେଶର ଲୋକଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ। ବିରୋଧୀମାନେ ପାକିସ୍ତାନର କଥା ଉପରେ ବିଶ୍ୱାସ କରୁଛନ୍ତି। କଂଗ୍ରେସର ହୁରିୟତ ଉପରେ ବିଶ୍ୱାସ ରହିଛି। କଂଗ୍ରେସ କାଶ୍ମୀର ଉପରେ ବିଶ୍ୱାସ କରେ ନାହିଁ। ତେବେ ଦେଶର ଲୋକମାନଙ୍କର ବିଶ୍ୱାସ କଂଗ୍ରେସ ଉପରେ ନାହିଁ ବଳି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗର୍ବ ଦ୍ୱାରା କଂଗ୍ରେସ ଭାଙ୍ଗି ଯାଇଛି। ସେମାନଙ୍କୁ ଭୂମି ଦେଖା ଯାଉନାହିଁ। ପଶ୍ଚିମବଙ୍ଗ, ଓଡ଼ିଶା , ନାଗାଲାଣ୍ଡ, ତାମିଲନାଡୁ, ୟୁପି, ବିହାର ଏବଂ ଅନ୍ୟାନ୍ୟ ରାଜ୍ୟରେ ଲୋକମାନେ କଂଗ୍ରେସ ଉପରେ ବିଶ୍ୱାସ କରୁନାହାନ୍ତି।

ତେବେ ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ କଟାକ୍ଷ କରୁଥିବା ବେଳେ ବିରୋଧୀମାନେ ମଣିପୁର..ମଣିପୁର ଏବଂ ଇଣ୍ଡିଆ… ଇଣ୍ଡିଆ ନାରା ଦେଉଛନ୍ତି ।

Get real time updates directly on you device, subscribe now.