fbpx

ଟି-୨୦ ଫର୍ମାଟରୁ ଦୂରେଇ ରହୁଛନ୍ତି ରୋହିତ-ବିରାଟ: ବଡ଼ କାରଣ କହିଲେ ଅଧିନାୟକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ଦିନିକିଆ ଏବଂ ଟେଷ୍ଟ ସିରିଜରେ ଦମଦାର ବ୍ୟାଟିଂ କରୁଥିବା ବେଳେ ଟି-୨୦ ସିରିଜରୁ ଦୂରେଇ ରହିଛନ୍ତି ଉଭୟ ଷ୍ଟାର ଖେଳାଳି । ଏହାକୁ ନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ଜବରଦସ୍ତ ଫର୍ମ ଥାଇ ମଧ୍ୟ ଏ ଦୁହେଁ ଟି-୨୦ ଫର୍ମାଯରୁ କାହିଁକି ଦୂରେଇ ରହୁଛନ୍ତି ବୋଲି ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶ୍ନ କରାଯାଇଛି । ତେବେ ଏହାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଅଧିନାୟକ ରୋହିତ । ଏହାବ୍ୟତୀତ ବିଶ୍ୱକପ ଏବଂ ଏଥିପାଇଁ ଦଳର ପ୍ଲାନ ବିଷୟରେ ମଧ୍ୟ ଯୋଜନା କରୁଛି ।

ତେବେ ଟି-୨୦ରେ ନ ଖେଳିବାର କାରଣରେ ରୋହିତ କହିଛନ୍ତି ଯେ, ବର୍ତ୍ତମାନ ଖେଳାଳିମାନଙ୍କ ଆହତ ସମସ୍ୟାକୁ ନେଇ ସେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି । ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲଙ୍କ ପରି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଆହତ ସମସ୍ୟା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେଣୁ ପ୍ରତ୍ୟେକ ଖେଳାଳିଙ୍କୁ ଯଥେଷ୍ଟ ବିଶ୍ରାମ ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି । ଏହାଦ୍ୱାରା ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ମଧ୍ୟ ଏହା ଖୁବ ସହାୟକ ହେବ । ଗତବର୍ଷ ମଧ୍ୟ ଏଭଳି କରିଥିଲା ଭାରତୀୟ ଦଳ । ଟି-୨୦ ବିଶ୍ୱକପ ରହିଥିବାରୁ କମ୍ ଦିନିକିଆ ମ୍ୟାଚ ଖେଳୁଥିଲୁ । ସେହିପରି ଚଳିତବର୍ଷ ଆଗକୁ ଦିନିକିଆ ବିଶ୍ୱକପ ରହିଥିବାରୁ ଟି-୨୦ କ୍ରିକେଟରୁ ଦୂରେଇ ରହିଥିବା କହିଛନ୍ତି ରୋହିତ । ପ୍ରଥମରୁ ଦଳରେ ଅନେକ ଆହତ ସମସ୍ୟା ରହିଥିବା ବେଳେ ଆଗକୁ ଏହି ସମସ୍ୟାକୁ ଆହୁରି ବଢାଇବା ଉଚିତ୍ ନୁହେଁ ।

ଏହାପରେ ରୋହିତ କହିଛନ୍ତି ଯେ, ଜଣେ ଖେଳାଳିକୁ ପ୍ରଥମେ ଦଳ ପାଇଁ ବଡ଼ ପାଳି ଖେଳିବା ଆବଶ୍ୟକ ଏବଂ ଟିମକୁ ବିଜୟ ଦେବା ଆବଶ୍ୟକ । ତେଣୁ ଅଧିନାୟକ ଅପେକ୍ଷା ଜଣେ ବ୍ୟାଟ୍ସମ୍ୟାନ ଭାବରେ ଦଳ ପାଇଁ ଦାୟିତ୍ୱ ଅଧିକ ରହିଛି । ତେବେ ଏହାମଧ୍ୟରେ ଟି-୨୦ର ନମ୍ବର ୱାନ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ କଥା କହିଛନ୍ତି ରୋହିତ । ସେ କହିଛନ୍ତି ଯେ, ସୂର୍ଯ୍ୟକୁମାର ପରିଶ୍ରମ କରୁଛନ୍ତି ଏବଂ ଖୁବଶୀଘ୍ର ଟି-୨୦ ପରି ଦିନିକିଆରେ ମଧ୍ୟ ଦମଦାର ବ୍ୟାଯିଂ କରିପାରିବେ ବୋଲି ଆଶା ରଖିଛନ୍ତି ଅଧିନାୟକ ।

Get real time updates directly on you device, subscribe now.