Today’s Gold Rate : ସୁନା ଦରରେ ହୋଇଛି ସାମାନ୍ୟ ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣିନିଅନ୍ତୁ ଏହାର ଦାମ

ଭୁବନେଶ୍ୱର : ସୁନା କିଣିବା ପାଇଁ ଚାହୁଁଥିଲେ, ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ସୁନାର ଦରରେ ବଡ଼ ପରିବର୍ତ୍ତନ ହୋଇଛି । ଅନେକ ଦିନ ପରେ ଭାରତୀୟ ବଜାରରେ ସୁନାର ମୂଲ୍ୟ କମିଛି । ତେବେ କିଣିବାକୁ ଯିବା ପୂର୍ବରୁ ନଜର ପକାନ୍ତୁ ଓଡିଶା ସମେତ ଦେଶର ପ୍ରମୁଖ ସହରରେ କେତେ ରହିଛି ଦାମ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୪,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୯,୫୧୦ ଟଙ୍କା ରହିଛି । ତେବେ ଓଡିଶାର ରାଜଧାନୀରେ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୪,୫୫୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୯,୫୧୦ ଟଙ୍କା ରହିଛି ।

ଏହା ବ୍ୟତୀତ ଦେଶର ପ୍ରମୁଖ ସହରମାନଙ୍କରେ ବି ଏହା ଦର ହ୍ରାସ ହୋଇଛି । କହିବାକୁ ଗଲେ ଆଜି ମୁମ୍ବାଇରେ ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟର ମୂଲ୍ୟ ୫୪,୭୦୦ ଟଙ୍କା ଓ ୫୯,୫୧୦ ଟଙ୍କା ଥିବାର ରେକର୍ଡ କରାଯିବା ବେଳେ ନୂଆଦିଲ୍ଲୀରେ ଏହାର ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୪,୭୦୦ ଟଙ୍କା ଓ ୫୯, ୬୬୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ଏହାର ମୂଲ୍ୟ ଯଥାକ୍ରମେ ୫୪.୫୫୦ ଟଙ୍କା ଓ ୫୯,୫୧୦ ଟଙ୍କା ରହିଛି। ଏହା ବ୍ୟତୀତ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୪,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୮୪୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୩,୦୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।